ବିଭିନ୍ନ ଦାବିରେ ଛାତ୍ରଛାତ୍ରୀଙ୍କ ଧାରଣା

ସ୍କୁଲ ଫାଟକରେ ତାଲା ପକାଇଲେ ଛାତ୍ରଛାତ୍ରୀ

ପାରାଦୀପ : ବିଭିନ୍ନ ଦାବିରେ ଛାତ୍ରଛାତ୍ରୀଙ୍କ ଧାରଣା ଦ୍ୱିତୀୟ ଦିନରେ ପହଞ୍ଚିଛି। ସ୍କୁଲ ଫାଟକରେ ତାଲା ପକାଇ ଛାତ୍ରଛାତ୍ରୀମାନେ ଆନ୍ଦୋଳନରେ ବସିଛନ୍ତି। ପାରାଦୀପଗଡ଼ ଶ୍ରୀମା ସରକାରୀ ଉଚ୍ଚ ବିଦ୍ୟାଳୟରେ ଏବେବି ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଜାରି ରହିଛି।

ଅଭିଯୋଗ ଅନୁସାରେ ବିଭିନ୍ନ କାରଣ ଯୋଗୁଁ ଗତ କିଛି ମାସ ଧରି ବିଦ୍ୟାଳୟରେ ପିଲାମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ଛାତ୍ରୀଛାତ୍ରୀମାନେ ପ୍ରଧାନଶିକ୍ଷକଙ୍କୁ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନି।

ବିଶେଷକରି ପ୍ରଧାନଶିକ୍ଷକଙ୍କୁ ବଦଳି, କିରଣ ଦିଦିଙ୍କୁ ଫେରାଇ ଆଣିବା, ମଦ୍ୟପ ଶିକ୍ଷକଙ୍କକୁ ବଦଳି, ବିଦ୍ୟାଳୟ ପରିଚାଳନା କମିଟି ନୂଆ କରି ଗଠନ କରିବା ସହ ସ୍କୁଲରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନିଯୁକ୍ତି ପାଇଁ ଛାତ୍ରଛାତ୍ରୀ ଦାବି କରିଛନ୍ତି।

You might also like