ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକରେ ଥିବା ଅାଦର୍ଶ ବିଦ୍ୟାଳୟରୁ ଇଂରାଜୀ ଶିକ୍ଷକଙ୍କ ବଦଳିକୁ ନେଇ ତାତିଲେ ଛାତ୍ରଛାତ୍ରୀ। ଇଂରାଜୀ ମିଡ଼ିଅମ ସ୍କୁଲରେ ବିନା ଇଂରାଜୀ ଶିକ୍ଷକରେ କିଭଳି ଶିକ୍ଷାଦାନ ହେବ ସେନେଇ ଛାତ୍ରଛାତ୍ରୀ ସ୍କୁଲ ଗେଟ୍ରେ ତାଲା ପକାଇ ଅାନ୍ଦୋଳନ କରିଛନ୍ତି ।
ଛାତ୍ରଛାତ୍ରୀଙ୍କ ଅଭିବାବକ ବି ସେମାନଙ୍କ ସହ ଅାନ୍ଦୋଳନରେ ବସିଥିଲେ। ସ୍କୁଲରେ ୨୩୭ଜଣ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ସେମାନଙ୍କ ଲାଗି ୬ ଜଣ ଶିକ୍ଷକ ରହିଛନ୍ତି। ଏଭଳି ସ୍ଥିତିରେ ବିନା ନୋଟିସ୍ରେ ଇଂରାଜୀ ଶିକ୍ଷକଙ୍କ ବଦଲିକୁ ନେଇ ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି।
ସେପଟେ ଏ ନେଇ ସ୍କୁଲର ଅଧ୍ୟକ୍ଷଙ୍କୁ ସହ କଥାବାର୍ତ୍ତା କରି ସମସ୍ୟାର ସମାଧାନ କରିବା ଲାଗି ଜିଲ୍ଲା ଶିକ୍ଷାଧିକାରୀ ସୂଚନା ଦେଇଛନ୍ତି।
https://youtu.be/yALwUeTDpFE