• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ବଲାଙ୍ଗିର: ମାଟ୍ରିକ ପରୀକ୍ଷାକୁ ନେଇ ବିବାଦ ପିଛା ଛାଡୁନି। ବୋର୍ଡର  ପରୀକ୍ଷା ଆରମ୍ଭରୁ ପ୍ରଶ୍ନପତ୍ର ଭାଇରାଲ୍ ଅଭିଯୋଗ ପରେ ଗତକାଲି ଅଭିଭାବକ ନିଜେ ଛାତ୍ରଛାତ୍ରୀଙ୍କୁ କପି ଦେଇଥିଲେ। ଏହାରି ଭିତରେ କପି ପାଇଁ ଛାତ୍ରଛାତ୍ରୀ ଶିକ୍ଷକଙ୍କୁ ଟଙ୍କା ଲାଞ୍ଚ ଦେଉଥିବା ଭିଡିଓ ମଧ୍ୟ ଭାଇରାଲ୍ ହୋଇଛି।  ବଲାଙ୍ଗିରରୁ ଏହି ଭିଡିଓ ଭାଇରାଲ୍ ପରେ ଶିକ୍ଷା ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।  ସେପଟେ ଅଭିଭାବକ କପି ଯୋଗାଇବା ଠିକ୍ ନୁହେଁ। ଏନେଇ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି ।

ମାଟ୍ରିକ ପରୀକ୍ଷାକୁ ନେଇ ବିବାଦ ବୋର୍ଡର ପିଛା ଛାଡୁନି। କପି ପାଇଁ ପରୀକ୍ଷାର୍ଥୀଙ୍କୁ ମଗାଯାଉଛି ଟଙ୍କା।  ଏଭଳି ସାଂଘାତିକ ଅଭିଯୋଗ ଆସିଛି ବଲାଙ୍ଗିରରୁ। ଗଁରେଇ ବି.ଆର୍ . ଆମ୍ବେଦକର ହାଇସ୍କୁଲ୍ ପରୀକ୍ଷାର୍ଥୀଙ୍କ ପରୀକ୍ଷା କେନ୍ଦ୍ର ହୋଇଛି ଲେବଡା ପାଟଣେଶ୍ୱରୀ ହାଇସ୍କୁଲ୍। ତେବେ ଛାତ୍ରଛାତ୍ରୀଙ୍କୁ କପି ଦେବା ଲାଗି ସ୍କୁଲ୍ କର୍ତ୍ତୃପକ୍ଷ ଜଣକ ପିଛା ୫୦୦ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଛି । ଜଣେ ଏକ୍ସ ରେଗୁଲାର ପରୀକ୍ଷାର୍ଥୀଙ୍କ ଅଭିଯୋଗ ଅନୁଯାୟୀ ଗତବର୍ଷ ସେ କପି ଲାଗି ପରୀକ୍ଷା କେନ୍ଦ୍ରର ଶିକ୍ଷକଙ୍କୁ ୫୦୦ ଟଙ୍କା ଦେଇଥିବାବେଳେ ଚଳିତ ବର୍ଷ ସେ ଦେଇଛନ୍ତି ୩୦୦ ଟଙ୍କା । ସେପଟେ ସ୍କୁଲ ପକ୍ଷରୁ ଅଭିଯୋଗକୁ ଖଣ୍ଡନ କରାଯାଇଥିବାବେଳେ ଭାଇରାଲ୍ ଭିଡିଓକୁ ନେଇ ଶିକ୍ଷା ବିଭାଗ ତନାଘନା ଆରମ୍ଭ କରିଛି।

ଅନ୍ୟପଟେ ଗତକାଲି ଢେଙ୍କାନାଳରେ ଦୁଇଟି ସ୍କୁଲରେ ଖୋଲାଖୋଲି ଅଭିଭାବକ କପି ଯୋଗାଉଥିବା ଘଟଣା ନଜରକୁ ଆସିବା ପରେ ନୀତି ନୈତିକତାକୁ ନେଇ ଉଠିଛି ପ୍ରଶ୍ନ । ବିହାର ଭଳି ସୁରକ୍ଷା ବଳୟକୁ ଖାତିର ନକରି ଅଭିଭାବକ ସ୍କୁଲ୍ ପାଚେରୀ ଡେଇଁ କପି ଦେଇଥିଲେ। ପୁଲିସ ସହ ମୁହାଁମୁହିଁ ବେଳେ ଜଣେ ଅଭିଭାବକ ଆହତ ବି ହେଲେ। ମାତ୍ର ପ୍ରଶ୍ନ ଉଠୁଛି କପି ଯୋଗାଇବା ଭଳି ବେଆଇନ୍ କାମ କରୁଥିବା ଅଭିଭାବକଙ୍କ ବିରୋଧରେ ଏଯାଏଁ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଇନି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ। ତାକୁ ନେଇ ଉଠିଛି ପ୍ରଶ୍ନ।

Students-gives-money-for-copy-in-matric-exam
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories