୧୦ ଦଫା ଦାବିରେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟାଳୟ ଘେରାଉ କଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ୧୦ ଦଫା ଦାବିରେ ଆଜି ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରିବା ସହ କୁଳପତିଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକକୁ ପ୍ରସ୍ଥାନ ଫାଟକ କରାଯିବା ସହ ରାଜା ହୋଟେଲ ପାଖରେ ନୂଆ ପ୍ରବେଶ ଫାଟକ କରିବାକୁ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି।

ବର୍ତ୍ତମାନ ମୁଖ୍ୟ ଫାଟକ ସାମ୍ନାରେ ଜାତୀୟ ରାଜପଥ ଉପରେ ଓଭର ବ୍ରିଜ ହୋଇଥିବାରୁ ଛାତ୍ରଛାତ୍ରୀ, ଅଧ୍ୟାପକ ଏବଂ ବିଶ୍ୱବିଦ୍ୟାଳୟ କର୍ମଚାରୀ ଭୁଲ୍‌ ରୁଟ୍‌ରେ ବିଶ୍ୱବିଦ୍ୟାଳୟକୁ ପ୍ରବେଶ କରୁଛନ୍ତି। ଫଳରେ ବାରମ୍ବାର ଦୁର୍ଘଟଣାର ଶିକାର ହେଉଛନ୍ତି। ତେଣୁ ଏହାକୁ ପରିବର୍ତ୍ତନ ଲାଗି ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି। ଏଥିସହ ପରୀକ୍ଷା ଓ ପରୀକ୍ଷା ରେଜଲ୍ଟରେ ନିୟମିତତା ରକ୍ଷା କରିବା ପାଇଁ ଏକ ନିର୍ଦ୍ଧିଷ୍ଟ ସମୟ ରଖିବାକୁ ଦାବି ହୋଇଛି। ଫଳରେ ଏକା ସମୟରେ ସମସ୍ତ ବିଭାଗରେ ପରୀକ୍ଷା ଅନୁଷ୍ଠିତ ହୋଇପାରିବ।

You might also like