ବଲାଙ୍ଗିର ( ମନୋରଂଜନ ଯୋଶୀ) : ମଧ୍ୟାହ୍ନ ଭୋଜନରେ ମିଳିଲାନି ମିଲ୍। ଆଉ ତା ବଦଳରେ ଛାତ୍ରଛାତ୍ରୀ ଖାଇଲେ ମୁଢ଼ି । ବଲାଙ୍ଗିର ଜିଲ୍ଲା ଆଗଲପୁର ସଂସା ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ।
ସ୍କୁଲ ବାରଣ୍ଡାରେ ବସି ମୁଢ଼ି ମିକ୍ସଚର୍ ଖାଇଲେ ଛାତ୍ରଛାତ୍ରୀ। କିଏ ଥାଳି ତ କିଏ କାଗଜରେ । ଯିଏ ଯେତିକି ପାଇଲା ସେତିକି ଖାଇଲା।
ସୂଚନା ମୁତାବକ ,ଗତ ୧୬ ଓ ୧୭ ତାରିଖରେ ସ୍କୁଲରେ ଜାଳେଣୀ କାଠ ନଥିଲା । ଯେଉଁଥି ପାଇଁ ରୋଷେଇ ହୋଇ ପାରିନଥିଲା। ସ୍କୁଲ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କୁ ମୁଢ଼ି ଖାଇବାକୁ ଦେଇଥିଲେ। ଘଟଣା ସମୟର ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ସେପଟେ ଏନେଇ ଆଗଲପୁର ବ୍ଲକ ଶିକ୍ଷାଧିକାରୀ କହିଛନ୍ତି, ସିଆରସିସିଙ୍କ ରିପୋର୍ଟ ଆସିଲା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।