ସମୁଦ୍ରରେ ବୁଡ଼ି ଗଲେ ଛାତ୍ର

ପାରାଦୀପ: ଆଜି ସାରା ଦେଶରେ ଗାନ୍ଧି ଜୟନ୍ତୀ ପାଳନ କରାଯାଉଛି। ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ପାରାଦୀପରେ ମଧ୍ୟ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ହେଲେ ଏହି କାର୍ଯ୍ୟକ୍ରମରେ ୩ ଜଣ ସ୍କୁଲ ଛାତ୍ରଙ୍କ ସହ ଅଘଟଣ ଘଟିଛି।

ପାରାଦୀପ ପୌରପାଳିକା ପକ୍ଷରୁ ଲାଇଟ୍‌ ହାଉସ୍‌ ନିକଟ ବେଳାଭୂମିରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଚାଲିଥିବା ବେଳେ ୩ ଜଣ ଛାତ୍ର ସମୁଦ୍ରରେ ବୁଡ଼ି ଯାଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ ନିଖୋଜ ଅଛନ୍ତି।

ନିଖୋଜ ଛାତ୍ରଙ୍କୁ ଉଦ୍ଧାର କରିବାକୁ ସିଆଇଏସ୍ଏଫ୍, ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ମତ୍ସ୍ୟଜୀବୀ ଉଦ୍ୟମ ଜାରି ରଖିଛନ୍ତି। ସମସ୍ତ ଛାତ୍ର କେନ୍ଦ୍ରୀୟ ବିଦ୍ୟାଳୟର ବୋଲି ଜଣାପଡ଼ିଛି।

You might also like