୨୦ରେ ହେବାକୁ ଥିବା ASO ପରୀକ୍ଷା ଘୁଞ୍ଚାଇବାକୁ ଦାବି

ଭୁବନେଶ୍ୱର: ଆସନ୍ତା ୨୦ ତାରିଖରେ ହେବାକୁ ଥିବା ଆସିଷ୍ଟାଣ୍ଟ୍‌ ସେକ୍‌ସନ୍ ଅଫିସର-ASO ପରୀକ୍ଷାକୁ ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି।

ଏହି ଦିନ ଅନ୍ୟ ୩ଟି କେନ୍ଦ୍ରୀୟ ପରୀକ୍ଷା ପଡୁଥିବାରୁ ASO ପରୀକ୍ଷାକୁ ଘୁଞ୍ଚାଇବାକୁ ପରୀକ୍ଷାର୍ଥୀମାନେ ଦାବି କରିଛନ୍ତି। ଏନେଇ ବହୁ ସଂଖ୍ୟାରେ ଚାକିରି ଆଶାୟୀ ଆଜି କଟକ ସ୍ଥିତ OPSC କାର୍ଯ୍ୟାଳୟକୁ ଯାଇ ଘେରାଉ କରିବା ସହ ଧାରଣା ଦେଇଛନ୍ତି।

ସେହିପରି ପରୀକ୍ଷାର୍ଥୀମାନେ ASO ପରୀକ୍ଷାକୁ ଅଫ୍ ଲାଇନ୍‌ରେ ନ କରି ଅନ୍‌ଲାଇନ୍‌ରେ କରିବାକୁ ଦାବି କରିଛନ୍ତି। ପୂର୍ବରୁ ଗତ ଡିସେମ୍ବର ୨୩ ତାରିଖରେ ASO ପରୀକ୍ଷା ହେବାର ଥିଲା। ତେବେ OPSC କର୍ତ୍ତୃପକ୍ଷ ଏହାକୁ ଆସନ୍ତା ୨୦ ତାରିଖକୁ ଘୁଞ୍ଚାଇ ଦେଇଥିଲେ।

ଅନ୍ୟପଟେ ଏ ନେଇ OPSC କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

You might also like