କରେ।ନା କାଳରେ ଫି କମାଇବାକୁ ଛାତ୍ରଛାତ୍ରୀଙ୍କ ଦାବି

କଟକ : କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଛାତ୍ରଛାତ୍ରୀ । କରେ।ନା କାଳରେ ସାରା ଦେଶର ଆର୍ଥିକ ସ୍ଥିତି ଖରାପ ଥିବା ବେଳେ ସେଲ୍ଫ ଫାଇନାସ୍ସ କେ।ର୍ସର ଫି କମାଇବାକୁ ଜେ।ରଦାର ଦାବି କରିଛନ୍ତି ଛାତ୍ରଛାତ୍ରୀ । ମିଳିଥିବା ସୂଚନା ଅନୁସାରେ, ଛାତ୍ରଛାତ୍ରୀମାନେ ହାତରେ ପ୍ଲା କାର୍ଡ ଧରି ନିଜର ଦାବି ଦେ।ହରାଇବା ସହ କୁଳପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ବର୍ତମାନ ସମୟରେ ଫି କମାଇବା ସମ୍ଭବପର ନୁହେଁ ବରଂ ଛାତ୍ରଛାତ୍ରୀଙ୍କୁ ଇନଷ୍ଟଲମେଂଟ ସୁବିଧା ଦିଆଯାଇଥିବା ନେଇ ସୂଚନା ଦେଇଛନ୍ତି କଲେଜ କର୍ତୃପକ୍ଷ । ଏହାସହ କର୍ତୃପକ୍ଷ ଏହା ମଧ୍ୟ କହିଛନ୍ତି ଯେ, ଯଦି ଛାତ୍ରଛାତ୍ରୀମାନେ ଚାହାନ୍ତି ତେବେ ନିଜର ଫି ସେମାନେ ଇନଷ୍ଟଲମେଂଟରେ ଦାଖଲ କରିପାରିବେ ବେ।ଲି ସୂଚନା ମିଳିଛି ।

You might also like