• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ସକାଳ ୭ରୁ ଦିନ ଗୋଟାଏ କଂଗ୍ରେସର ଡାକରାରେ ରାଜଧାନୀରୁ ସାରା ରାଜ୍ୟରେ  ବନ୍ଦପାଳନ ହୋଇଛି। ଭୁବନେଶ୍ୱର, ବ୍ରହ୍ମପୁର, ବାଲେଶ୍ୱର, କଟକ, ପାରାଳାଖେମୁଣ୍ଡି ଓ ରାଉରକେଲା ସବୁଠି ରାସ୍ତାକୁ କଂଗ୍ରେସ କର୍ମୀ ଓହ୍ଲାଇଥିଲେ। ପେଟ୍ରୋଲ, ଡିଜେଲ୍ ଦର ବୃଦ୍ଧି, ବେକାରୀ ସମସ୍ୟା, ରାଜ୍ୟରେ ନାରୀ ଓ ଶିଶୁ ନିର୍ଯାତନା ଏବଂ ବିଗିଡ଼ିଥିବା ଆଇନଶୃଙ୍ଖଳା ପରିସ୍ଥିତି ଭଳି ଏକାଧିକ ପ୍ରସଙ୍ଗରେ କଂଗ୍ରେସ ବନ୍ଦ ପାଳନ କରିଛି। ରାଜଧାନୀରେ ରେଳ ଷ୍ଟେସନ୍, ବିମାନ ବନ୍ଦର, ସତସଙ୍ଗ ବିହାର, ବାଣୀବିହାର, ଆଚାର୍ଯ୍ୟ ବିହାର ସମେତ ବିଭିନ୍ନ ଛକରେ କଂଗ୍ରେସ କର୍ମୀ ବିକ୍ଷୋଭ କରିଥିଲେ। ଫଳରେ ଗାଡ଼ି ଚଳାଚଳ ବନ୍ଦ ରହିଥିଲା, ଦୋକାନ ବଜାର ବି ଖୋଲିନଥିଲା।

ଓଡ଼ିଶା ବନ୍ଦ ଯୋଗୁଁ ବହୁସ୍ଥାନରେ ସାଧାରଣ ଲୋକେ ହଟହଟା ହୋଇଥିଲେ। ଏମିିତିକି ରାଉରକେଲାରୁ ବ୍ରହ୍ମପୁର ବିବାହ ପାଇଁ ଯାଇଥିବା ଜଣେ ବର ରାଜଗାଙ୍ଗପୁର ନିକଟ ରାଜପଥରେ ଦୀର୍ଘ ସମୟ ଅଟକି ରହିଥିଲେ। ସେହିପରି ସୋନପୁର ବିନିକାରେ ବରକନ୍ୟା ଗାଡ଼ିକୁ ଛାଡ଼ିଥିଲେ ବି ବରଯାତ୍ରୀ ଗାଡିକୁ କିନ୍ତୁ ଦୀର୍ଘ ସମୟ ଧରି ଆନ୍ଦୋଳନକାରୀ ଅଟକ ରଖିଥିଲେ। ଠିକ୍ ସେମିତି RRB ପରୀକ୍ଷା ଦେବାରୁ ଶତାଧିକ ଛାତ୍ର ବଞ୍ଚିତ ହୋଇଛନ୍ତି। ଭୁବନେଶ୍ୱର ଉପକଣ୍ଠ ଫୁଲନଖରାରେ ପରୀକ୍ଷା ଥିଲା। ଏଥିପାଇଁ ରାତିରୁ ପଶ୍ଚିମବଙ୍ଗ ଓ ବିହାରର ଶତାଧିକ ଛାତ୍ର ବସ୍‌ରେ ଆସିଥିଲେ ହେଲେ ଓଡ଼ିଶା ବନ୍ଦ ଯୋଗୁଁ ଜାରକା ଛକରେ ଅଟକି ରହିଥିଲେ।

ମୁଁ ପଶ୍ଚିମବଙ୍ଗ କଲିକତାରୁ ଆସିଥିଲି। ଆମର ଆର୍‌ଆର୍‌ବି ପରୀକ୍ଷା ରହିଥିଲା। ଏ ବନ୍ଦ ନେଇ ଆମକୁ ଜଣା ନଥିଲା। ୨ ଘଣ୍ଟା ହେଲାଣି ବସ୍‌ ଅଟକି ରହିଛି। ଆମେ ୨ଟି ବସ୍‌ ପରିବର୍ତ୍ତନ କରିସାରିଲୁଣି। 
-ସୁମନ ଦାସ, ଛାତ୍ର

ସେହିପରି କଂଗ୍ରେସର ୬ ଘଣ୍ଟିଆ ଓଡିଶା ବନ୍ଦ ପାଳନ ବେଳେ କିଛି ସ୍ଥାନରେ ଉତ୍ତେଜନା ସାଙ୍ଗକୁ ଭଙ୍ଗାରୁଜା ଖବର ବି ଆସିଛି। ପୁରୀ ଅସ୍ତରଙ୍ଗରେ ଉଦ୍ୟାନ ବିଭାଗ ଅଫିସ୍ ଭିତରେ ଧସେଇ ପଶି କଂଗ୍ରେସ କର୍ମୀ ଆସବାବପତ୍ର ଭାଙ୍ଗିଥିବା ଅଭିଯୋଗ ହୋଇଛି। ପୋଲିସ୍ ରୋକିବା ବେଳେ ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହୋଇଥିଲା।

ସେହିଭଳି ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରେ କାରରେ ଯାଉଥିବା ଜଣେ ଯାତ୍ରୀଙ୍କୁ ଜବରଦସ୍ତି ଅଟକାଇ ଗାଳିଗୁଲଜ କରିବା ସହ ତାଙ୍କ ଗାଡିକୁ ଗୋଇଠା ମାରିଥିଲେ। କଟକ ବଡ଼ ମେଡିକାଲ୍‌ରେ ଏର୍ମଜେନ୍ସି ଡ୍ୟୁଟିରେ ଥିବା ଜଣେ ମହିଳା ଡାକ୍ତରଙ୍କୁ ବି ଭୁବନେଶ୍ୱର ସତସଂଗବିହାର ଛକରେ ବନ୍ଦପାଳନକାରୀ ନଛାଡ଼ିବାରୁ ସେ ହଇରାଣ ହୋଇଥିଲେ। ସମ୍ବଲପୁର ଏସ୍‌ଡିଜେଏମ୍ କୋର୍ଟର ବିଚାରପତିଙ୍କୁ ବି ଅଟକାଇ ଅଫିସ୍ ନଯିବାକୁ ନିବେଦନ କରିଥିଲେ ଆନ୍ଦୋଳନକାରୀ।

ତେବେ ତୈଳ ଦର ବୃଦ୍ଧି ଓ କଂଗ୍ରେସର ବନ୍ଦ ପାଳନକୁ ନେଇ ରାଜନୀତି ତେଜିଛି। କଂଗ୍ରେସ ରାଜ୍ୟ ଓ କେନ୍ଦ୍ର ସରକାର ଉପରେ ଦୋଷ ଲଦିଥିବାବେଳେ ବନ୍ଦ ପାଳନକୁ ସମର୍ଥନ ନଜଣାଇ ବି ତୈଳ ଦର ବୃଦ୍ଧି ସାଧାରଣ ଖାଉଟିକୁ ବାଧୁଥିବା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି।

ସେପଟେ ବନ୍ଦ ଡାକରାକୁ କଡ଼ା ଭାଷାରେ ବିଜେପି ସମାଲୋଚନା କରିଛି। ରାଜ୍ୟରେ କଂଗ୍ରେସର ଭୋଟ୍ ହାର କମିଛି। ତେଣୁ ତାଉପରୁ ନଜର ହଟାଇବାକୁ କଂଗ୍ରେସ ବନ୍ଦ ପାଳନ କରୁଥିବା କହି ଦଳ ଟାର୍ଗେଟ୍ କରିଥିବାବେଳେ ରାଜ୍ୟ ସରକାର ତେଲ ଉପରୁ ଭ୍ୟାଟ୍ କମାଇବାକୁ ଦାବି କରିଛି।

Students-cant-appear-exam-due-to-odisha-bandh
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories