ସେଣ୍ଟ୍ରାଲ୍‌ ୟୁନିଭର୍ସିଟି ଫାଉଣ୍ଡେସନ୍‌ ଡେ’ କୁ ବର୍ଜନ

କୋରାପୁଟ: କୋରାପୁଟ ସେଣ୍ଟ୍ରାଲ ୟୁନିଭର୍ସିଟି ଫାଉଣ୍ଡେସନ ଡେ’କୁ ବର୍ଜନ କଲେ ଛାତ୍ରଛାତ୍ରୀ। ବିଶ୍ୱବିଦ୍ୟାଳୟରେ ୧୦ମ ଫାଉଣ୍ଡେସନ ଡେ’ ପାଳନ କରାଯାଉଥିବା ବେଳେ ଛାତ୍ରଛାତ୍ରୀ କଳାବ୍ୟାଜ୍‌ ପିନ୍ଧି ଏହାକୁ ବର୍ଜନ କରିବା ସହ ହଷ୍ଟେଲ୍‌ଗୁଡ଼ିକର ଗେଟରେ କଳା ପତାକା ଲଗାଇଥିଲେ। ପୂର୍ବରୁ ଲାଗି ରହିଥିବା ବିବାଦ ତଥା ୬୦ ଦଫା ଦାବି ନେଇ କୌଣସି ପ୍ରତିଶ୍ରୁତି ପାଳନ ହୋଇନଥିବାରୁ ଫାଉଣ୍ଡେସନ ଡେ’ ବର୍ଜନ କରିଥିଲେ।

ଛାତ୍ରଛାତ୍ରୀ ଏକ ରାଲିରେ ଆସି ଫାଉଣ୍ଡେସନ ଡେ’ ପାଳନ ହେଉଥିବା ସ୍ଥାନରେ ଧାରଣାରେ ବସିଥିଲେ। ପୁଲିସ୍‌ ଉପସ୍ଥିତିରେ କୁଳପତି ଛାତ୍ରଛାତ୍ରୀଙ୍କୁ ବୁଝାଇବାକୁ ଉଦ୍ୟମ ବେଳେ ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ତେବେ ଆଲୋଚନା ପରେ ଛାତ୍ରଛାତ୍ରୀମାନେ ଧାରଣାରୁ ହଟିଥିଲେ।

You might also like