‘ବୋତଲରୁ ପାଣି ପିଇବାରୁ ଦିଦି ଆମକୁ ମାରିଲେ’

ନବରଙ୍ଗପୁର : ଛାତ୍ରଙ୍କୁ ଶିକ୍ଷୟିତ୍ରୀଙ୍କ ମାଡ଼। ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଡଙ୍ଗରା ଗାଁ ପ୍ରାଥମିକ ବିଦ୍ୟାଳୟର ୧୪ ଜଣ ହଷ୍ଟେଲ ଛାତ୍ରଙ୍କୁ ଶିକ୍ଷୟତ୍ରୀ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ମାଡ଼ ଖାଇଥିବା ଛାତ୍ରମାନେ ବିଦ୍ୟାଳୟ ପରିଚାଳନା କମିଟି ସଭାପତିଙ୍କୁ ଏନେଇ ଅଭିଯୋଗ କରିବା ପରେ ଘଟଣା ସାମ୍ନାକୁ ଆସିଥିଲା। ଶିକ୍ଷୟିତ୍ରୀଙ୍କ ସାବୁନ ବ୍ୟବହାର କରିବା ଓ ପାଣି ବୋତଲରୁ ପାଣି ପିଇବା ପରେ ଶିକ୍ଷୟିତ୍ରୀ ଛାତ୍ରଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି। ତେବେ ଘଟଣାକୁ ଶିକ୍ଷୟିତ୍ରୀ ସ୍ୱୀକାର କରିବା ସହ ଭୁଲ ହୋଇଥିବା ସେ କହିଛନ୍ତି।

You might also like