ଶିକ୍ଷକଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ସ୍କୁଲ୍‌ରେ ତାଲା ପକାଇଲେ ଛାତ୍ରଛାତ୍ରୀ

ନୟାଗଡ଼: ଶିକ୍ଷକଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ସ୍କୁଲ୍‌ରେ ତାଲା ପକାଇଲେ ଗ୍ରାମବାସୀ ଓ ଛାତ୍ରଛାତ୍ରୀ।

ଏହି ଘଟଣା ହେଉଛି ନୟାଗଡ଼ ଜିଲ୍ଲା ପଞ୍ଜିତଗଡ଼ ବଳଦିଆ ଥାନା ନୂଆଗାଁ ନୋଡାଲ୍‌ ଉଚ୍ଚ ବିଦ୍ୟାଳୟର। ଏହି ସ୍କୁଲ୍‌ର ଶିକ୍ଷକମାନେ ପାଠ ପଢ଼ାରେ ଅବହେଳା ପ୍ରଦର୍ଶନ କରିବା ସହ ଛାତ୍ରଛାତ୍ରୀଙ୍କୁ ଅଶ୍ଳିଳ ଇଙ୍ଗିତ କରୁଥିବା ସାଙ୍ଗାତିକ ଅଭିଯୋଗ ଆସିଛି।

ଏହାକୁ ନେଇ ଗତ କିଛିଦିନ ହେବ ଗାଁରେ ଚାପା ଉତ୍ତେଜନା ଲାଗି ରହିଥିଲା। କିନ୍ତୁ ଆଜି ଏହା ଉଗ୍ରରୂପ ନେବା ସହ ଗ୍ରାମବାସୀମାନେ ଉତ୍ତେଜିତ ହୋଇ ସ୍କୁଲ୍‌ ପରିସରରେ ତାଲା ପକାଇ ଦେଇଛନ୍ତି।

ଏଥିସହିତ ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବିରେ ଅଭିଭାବକ ଓ ଛାତ୍ରଛାତ୍ରୀ ଧାରଣା ଦେଇଛନ୍ତି। ତେବେ ଏ ନେଇ ସ୍ଥାନୀୟ ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

 

You might also like