ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ ନେଇ କଲେଜରେ ଛାତ୍ର ଅଶାନ୍ତି

ବ୍ରହ୍ମପୁର: ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ ନେଇ ବ୍ରହ୍ମପୁରର ବିଭିନ୍ନ କଲେଜରେ ଛାତ୍ର ଅଶାନ୍ତି ତେଜୁଛି ।  ଖାମଖିଆଲି ଭାବରେ ଯୁକ୍ତ ୩ ପରୀକ୍ଷାରେ ମୂଲ୍ୟାୟନ କରାଯାଇଥିବା ଅଭିଯୋଗ କରି ଗଞ୍ଜାମ ଜିଲ୍ଲାର ବିଭିନ୍ନ କଲେଜରେ ଛାତ୍ର ଆନ୍ଦୋଳନ ଦେଖାଦେଇଛି। ଛାତ୍ରାଛାତ୍ରୀଙ୍କ ଅଭିଯୋଗ ଯେ ଯୁକ୍ତ ୩ର ଦ୍ୱିତୀୟ ସେମିଷ୍ଟାରର ମୂଲ୍ୟାୟନ ତ୍ରୁଟିପୂର୍ଣ୍ଣ ଭାବରେ କରାଯାଇଛି। ଯେଉଁଥିରେ ଅସନ୍ତୋଷ ହୋଇ ଜିଲ୍ଲାର ପାଖାପାଖି ୧୦ରୁ ଅଧିକ କଲେଜର ଛାତ୍ରଛାତ୍ରୀ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବ୍ରହ୍ମପୁର ମହାମୟୀ ମହିଳା ମହାବିଦ୍ୟାଳୟ, ସିଟି କଲେଜ, ବିଜ୍ଞାନ ମହାବିଦ୍ୟାଳୟ ସହ ଜିଲ୍ଲାର ଅନ୍ୟ ପ୍ରମୁଖ କଲେଜର ଛାତ୍ରଛାତ୍ରୀ ମାନେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ କଲେଜ ପ୍ରଶାସନ ଓ ପୋଲିସ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।

You might also like