ପଟ୍ଟାମୁଣ୍ଡାଇ କଲେଜରେ ଛାତ୍ର ଅଶାନ୍ତି, ଫାଟକରେ ତାଲା
ପଟ୍ଟାମୁଣ୍ଡାଇ: କଲେଜରେ ଅଣଛାତ୍ର ପ୍ରବେଶକୁ ନେଇ ତାତିଲେ ଛାତ୍ର। ଟାୟାର ଜାଳି ଆନ୍ଦୋଳନ କରିଛନ୍ତି ପଟ୍ଟମୁଣ୍ଡାଇ କଲେଜ ଛାତ୍ର। ଗତକାଲି କିଛି ଅଣଛାତ୍ର କଲେଜରେ ପଶି ବନ୍ଧୁକ ଦେଖାଇ ଆତଙ୍କ ସୃଷ୍ଟି କରିଥିବା ପ୍ରତିବାଦରେ ପିଲାମାନେ କଲେଜ ଗେଟ୍ରେ ତାଲା ପକାଇଦେଇଛନ୍ତି।
ବାରମ୍ବାର କଲେଜରେ ଅଣ ଛାତ୍ର ପ୍ରବେଶ କରୁଥିବା ନେଇ ଅଭିଯୋଗ କରିଛନ୍ତି ଛାତ୍ର। ଏ ନେଇ ଥାନାରେ ମାମଲା ରୁଜୁ କରାଯାଇଛି। ଯେ ପର୍ଯ୍ୟନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରା ନ ଯିବ ସେ ପର୍ଯ୍ୟନ୍ତ କଲେଜ ବନ୍ଦ ରଖିବାକୁ ଛାତ୍ରମାନେ ଧମକ ଦେଇଛନ୍ତି ।