ଭୁବନେଶ୍ୱର : ଛାତ୍ର ସଂସଦ ନିର୍ବାଚନ ପାଇଁ ବାଜିଲା ବିଗୁଲ୍ । ଅାସନ୍ତା ୧୧ ତାରିଖରେ ହେବ ଛାତ୍ର ସଂସଦ ନିର୍ବାଚନ । ଏନେଇ ଅାଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଅାସନ୍ତା ୩ ତାରିଖରେ ନାମାଙ୍କନପତ୍ର ଦାଖଲ କରିବେ ଅାଶାୟୀ ପ୍ରାର୍ଥୀ ।
ପୂର୍ବାହ୍ନ ୯ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ଅାଶାୟୀ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବେ । ତାପରଦିନ ଅର୍ଥାତ ୪ ତାରିଖରେ ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ୧୦ ତାରିଖରେ ରହିଛି ହ୍ୱାଇ ଅାଇ ଷ୍ଟାଣ୍ଡ ଫର୍ ମିଟିଂ ।
ଏହାପରେ ୧୧ ତାରିଖରେ ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ହେବ ମତଦାନ । ଅପରାହ୍ନ ୨ଟା ପରେ ଫଳାଫଳ ଘୋଷଣା ହେବ । ୧୨ ତାରିଖରେ ବିଜୟୀ ପ୍ରାର୍ଥୀଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ।