• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ବାରିପଦା: ପୋଲିସ୍‌ ମାଡ଼ରେ ଫାଟିଲା ଯୁବକଙ୍କ ଆଖି। ଏଭଳି ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ଷ୍ଟେସନ ବଜାର ଅଞ୍ଚଳରୁ।

ଅଭିଯୋଗ ଅନୁଯାୟୀ, ସହରର ୨୫ ନଂ ଓ୍ୱାର୍ଡର ୨୧ ବର୍ଷୀୟ ଯୁବକ ଶିପୁ ଦାସ। ଗତକାଲି ଷ୍ଟେସନ ବଜାରକୁ ଔଷଧ ଆଣିବାକୁ ଯାଇଥିଲେ। ହେଲେ ଚେକିଂ ଚାଲୁଥିବାରୁ ପୋଲିସ୍‌ ହାବୁଡରେ ପଡିଥିଲେ। ପାଖରେ ପଇସା ନ ଥିବାରୁ ଚେକିଂରୁ ଖସିଯିବା ପାଇଁ ମୋଟର ସାଇକେଲ ବୁଲାଇବା ବେଳକୁ ଡ୍ୟୁଟିରେ ଥିବା ପୋଲିସ୍‌ କର୍ମଚାରୀଙ୍କ ମଧ୍ୟରୁ କେହି ଜଣେ ପଛପଟୁ ତାଙ୍କୁ ବାଡ଼ିରେ ମାଡ଼ ମାରିଥିଲେ। ଫଳରେ ଶିପୁଙ୍କ ଆଖିରେ ଆଘାତ ଲାଗିଥିଲା।

ରକ୍ତ ବାହାରିବାରୁ ଶିପୁ ମେଡିକାଲ୍‌ ଯାଇଥିଲେ। ସେଠାରେ ତାଙ୍କର ଆଖିର ଅବସ୍ଥା ସାଂଘାତିକ ଥିବା ଡାକ୍ତର କହିଥିଲେ।

ଏହି ଘଟଣାକୁ ନେଇ ଶିପୁ କହିଛନ୍ତି, ‘ହେଲ୍‌ମେଟ୍‌ ଚେକିଂ ହେଉଥିଲା। ମୁଁ ଗାଡ଼ିକୁ ସାଇଡ୍‌ କରିବା ସମୟରେ ପୋଲିସ୍‌ ସାର୍‌ ବାଡ଼ିରେ ମୋତେ ପିଟି ପକାଇଲେ। ମୋ ଆଖିରେ ବାଡ଼ି ବାଜି ଯାଇଥିଲା। ତା’ପରେ ମୋତେ କହିଲେ ଘରକୁ ପଳାଅ, ଫାଇନ୍‌ କିଛି ଦିଅ ନାହିଁ। ’

https://youtu.be/QYtmo3fSfRM

ଗତ କିଛି ବର୍ଷ ହେଲାଣି ଶିପୁ ବାହାର ରାଜ୍ୟରେ ଶ୍ରମିକ ଭାବେ କାମ କରୁଥିବା ବେଳେ ଲକ୍ ଡାଉନ୍ ଯୋଗୁ କାମଧନ୍ଦା ନ ପାଇ ୬ ମାସ ହେବ ଘରେ ଆସି ରହୁଥିଲେ। ପୋଲିସ୍‌ ମାଡ ମାରିଥିବା ନେଇ ବାରିପଦା ଟାଉନ ଥାନାରେ ଜଣାଇଥିଲେ ମଧ୍ୟ ଖବର ଲେଖାଯିବା ସୁଦ୍ଧା ପୋଲିସ୍‌ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Student-suffers-serious-eye-injury-after-being-assaulted-by-police-in-mayurbhanj
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories