କଲେଜ ଛାତ୍ରଙ୍କୁ ଛୁରାମାଡ଼

ନୟାଗଡ଼: ନୟାଗଡ଼ରେ କଲେଜ୍ ଛାତ୍ରଙ୍କୁ ଛୁରାମାଡ଼ ହୋଇଥିବା ଅଭିଯୋଗ ହୋଇଛି। ନୟାଗଡ଼ ତ୍ରିନାଥ ଛକରେ ଦୁଇ ଛାତ୍ରଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଜଣେ ଛାତ୍ର ଅନ୍ୟ ଜଣେ ଛାତ୍ରଙ୍କୁ ଛୁରାମାଡ଼ କରିଥିବା ଅଭିଯୋଗ ହୋଇଛି।

ଆହତ ଛାତ୍ରଙ୍କ ପେଟରେ ଛୁରା ବାଜିଛି। ତାଙ୍କୁ ପ୍ରଥମେ ନୟାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ଛୁରାମାଡ଼ କରିଥିବା ଛାତ୍ର ଜଣକ ଫେରାର୍ ଥିବା ସୂଚନା ମିଳିଛି। ପୁଲିସ୍‌ ଘଟଣାର ତନାଘନା ଆରମ୍ଭ କରିଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା କୁହାଯାଉଛି।

You might also like