ଆଶ୍ରମ ସ୍କୁଲର ଜଣେ ଛାତ୍ରୀ ଗର୍ଭବତୀ ଅଭିଯୋଗ

ସଦର ଥାନାରେ ଏତଲା ଦେଲେ ସ୍କୁଲର ପ୍ରଧାନ ଶିକ୍ଷକ

ଢେଙ୍କାନାଳ : ପୁଣି ଆବାସିକ ସ୍କୁଲରୁ ଆସିଲା କୁମାରୀ ମାତୃତ୍ୱର ଅଭିଯୋଗ। ଢେଙ୍କାନାଳ ଜିଲ୍ଲାର ଏକ ଆଶ୍ରମ ସ୍କୁଲରେ ଜଣେ ନାବାଳିକା ଛାତ୍ରୀ ଗର୍ଭବତୀ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଏନେଇ ସେବାଶ୍ରମର ପ୍ରଧାନଶିକ୍ଷକ ଢେଙ୍କାନାଳ ସଦର ଥାନାରେ ଏତଲା ଦେଇଛନ୍ତି ।

ଏହି ଘଟଣା ପରେ ଆରମ୍ଭ ହୋଇଛି ତନାଘନା। ଆଜି ଶିଶୁ ସୁରକ୍ଷା ଟିମ୍ ଏବଂ ସଦର ଥାନା ପୁଲିସ ଏହି ଆବାସିକ ସ୍କୁଲରେ ଖୋଳତାଡ଼ କରିଛନ୍ତି। ତେବେ କେଉଁ ପରିସ୍ଥିତିରେ ଏହି ଅଷ୍ଟମ ଶ୍ରେଣୀର ଛାତ୍ରୀ ଗର୍ଭବତୀ ହେଲେ, ସେନେଇ ବର୍ତ୍ତମାନ ତଦନ୍ତ ଜାରି ରଖିଛି ପୁଲିସ।

ସେପଟେ ଏହି ଘଟଣାର ପ୍ରତିବାଦରେ ଆସନ୍ତାକାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବ ବୋଲି ବିଜେପି ଚେତାବନୀ ଦେଇଛି।

 

ଏହାସହ ମଧ୍ୟ ପଢନ୍ତୁ : ପୁଣି ଜଣେ ନାବାଳିକା ଗର୍ଭବତୀ ହୋଇଥିବା ଅଭିଯୋଗ

You might also like