ମହୁମାଛି ଆକ୍ରମଣରେ ଛାତ୍ର ମୃତ

ରାୟଗଡ଼ା: ମହୁମାଛି ଆକ୍ରମଣରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଛାତ୍ର ଗୁରୁତର ଆହତ  ହୋଇଛନ୍ତି।

ସୂଚନା ଅନୁସାରେ, ଛାତ୍ରମାନେ ଗଣେଶ ପୂଜା ପାଇଁ ଜଙ୍ଗଲକୁ ପତ୍ର ଆଣିବାକୁ ଯାଇଥିବା ବେଳେ ମହୁମାଛି ତାଙ୍କୁ ଆକ୍ରମଣ କରିଥିଲା। ସମସ୍ତେ ରାୟଗଡ଼ା କାରୁବାଇ ଆଶ୍ରମ ସ୍କୁଲର ଛାତ୍ର। ଗୁରୁତର ଛାତ୍ରମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

 

You might also like