ପୁରୀ ସମୁଦ୍ରରେ ବୁଡ଼ିଗଲେ ଛାତ୍ର

ପୁରୀ: ପୁରୀ ସମୁଦ୍ରରେ ବୁଡ଼ି ଛାତ୍ର ନିଖୋଜ। ସାଙ୍ଗଙ୍କ ସହ ସମୁଦ୍ରରେ ଗାଧୋଉ ଥିବା ସମୟରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ଛାତ୍ରଙ୍କ ନାଁ ଶ୍ରୀକ୍ରିଷ୍ଣା। ଶ୍ରୀକ୍ରିଷ୍ଣା ରାଞ୍ଚି ମେସ୍‌ରା ସ୍ଥିତ BIT ଛାତ୍ର ବୋଲି ଜଣାପଡ଼ିଛି।

ସେ ଛୁଟି ମନାଇବାକୁ ସାଙ୍ଗମାନଙ୍କ ସହିତ ରାଞ୍ଚିରୁ ପୁରୀ ଆସିଥିଲେ। ଆଜି ସମୁଦ୍ରରେ ଗାଧୋଉଥିବା ବେଳେ ଶ୍ରୀକ୍ରିଷ୍ଣା ବୁଡ଼ି ଯାଇଥିଲେ। ପେତାଇ ପ୍ରଭାବରେ ସମୁଦ୍ର ଅଶାନ୍ତ ଥିବାରୁ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି।

ତାଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି। କିନ୍ତୁ ଏ ପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିପାରି ନାହିଁ।

 

You might also like