ଗଣେଶ ମୂର୍ତ୍ତୀ ବିସର୍ଜନ ବେଳେ ଅଘଟଣ

ପୋଖରୀରେ ବୁଡି ଜଣେ ଛାତ୍ର ମୃତ

ଦେଓଗଡ : ଗଣେଶ ମୂର୍ତ୍ତୀ ବିସର୍ଜନ ବେଳେ ଅଘଟଣ। ପୋଖରୀରେ ବୁଡି ଜଣେ ଛାତ୍ର ମୃତ। ଏଭଳି ଅଭାବନୀୟ ଘଟଣା ଘଟିଛି ଦେଓଗଡ ବାରକୋଟ ଝରବାହାଳ ଅାଶ୍ରମ ସ୍କୁଲରେ।  ଗଣେଶ ପୂଜା ବିସର୍ଜନ ବେଳେ ସ୍କୁଲର ଛାତ୍ର ଏବଂ ଶିକ୍ଷକମାନେ ପୋଖରୀକୁ ଯାଇଥିଲେ।

ସେହି ସମୟରେ ଘନଶ୍ୟମ ସାହୁଙ୍କ ପାଦ ଖସି ଯାଇଥିଲା। ସେ ପୋଖରୀରେ ବୁଡି ଯାଇଥିଲେ। ତାଙ୍କୁ ପୋଖରୀରୁ ଉଦ୍ଧାର କରି ବାରକୋଟ ଡାକ୍ତରଖାନାକୁ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

You might also like