ସମୁଦ୍ର କୂଳରୁ ମିଳିଲା ଛାତ୍ରଙ୍କ ମୃତଦେହ

ପାରାଦୀପ  : ପାରାଦୀପ ସମୁଦ୍ରରେ ନିଖୋଜ ଥିବା ଛାତ୍ରଙ୍କ ମୃତଦେହ ଉଦ୍ଧାର । ହନୁମାନ ମନ୍ଦିର ନିକଟ ସମୁଦ୍ର କୂଳରୁ ମିଳିଛି ମୃତଦେହ । ମୃତକ ହେଲେ ପାରାଦୀପ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ର ଅଂଶୁମାନ ଦାଶ। ଗତକାଲି ବେଳାଭୂମିରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ବେଳେ ବୁଡ଼ିଯାଇଥିଲେ ୩ ଛାତ୍ର ।

ଗତକାଲି ୨ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ଜଣେ ନିଖୋଜ ଥିଲେ। ଅାଜି ତାଙ୍କର ମୃତଦେହ ମିଳିଛି। ବେଳାଭୂମିରେ ଅାୟୋଜିତ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ନିୟୋଜିତ କରାଯାଇଥିଲା। ପାରାଦୀପ ପୌରପାଳିକା ପକ୍ଷରୁ ଅାୟୋଜିତ ହୋଇଥିଲା ସ୍ୱଚ୍ଛଭାରତ କାର୍ଯ୍ୟକ୍ରମ।

You might also like