ଅନ୍‌ଲାଇନ୍‌ ଗେମ୍‌ ଜାଲରେ ମେଧାବୀ ଛାତ୍ର, ଟଙ୍କା ହାରିବା ପରେ ଜୀବନ ହାରିଲେ

କେନ୍ଦୁଝର: କାଳ ହେଲା ମୋବାଇଲ୍‌ରେ ଅନ୍‌ଲାଇନ୍‌ ଗେମ୍‌ ଖେଳିବା। ବାପାମା’ଙ୍କ ବ୍ୟାଙ୍କ୍‌ ଆକାଉଣ୍ଟରୁ ପାଖାପାଖି ଲକ୍ଷେ ଟଙ୍କା ଚାଲିଯିବା ପରେ ଶେଷରେ ଜୀବନ ହାରିଲେ ୧୪ ବର୍ଷୀୟ ମେଧାବୀ ଛାତ୍ର। ଅନ୍‌ଲାଇନ୍‌ରେ ପାଠ ପଢ଼ିବା ପାଇଁ ପରିବାର ଲୋକେ ଫୋନ୍ ଦେଇଥିଲେ। ହେଲେ ଅନ୍‌ଲାଇନ୍‌ ଗେମ୍‌ ଖେଳି ଟଙ୍କା ହାରିବା ପରେ ସମ୍ପୃକ୍ତ ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। କେନ୍ଦୁଝର ଜିଲ୍ଲା ଯୋଡ଼ା ସହର କମାରଯୋଡ଼ାରେ ଏହି ଘଟଣାକୁ ନେଇ ଏବେ ଚାଞ୍ଚଲ୍ୟ। 

ସୂଚନା ଅନୁସାରେ, ଲକ୍‌ଡାଉନ୍‌ ସମୟରେ ଅନଲାଇନ୍‌ କ୍ଲାସ୍‌ କରିବା ନିମନ୍ତେ ଉକ୍ତ ଛାତ୍ରଙ୍କ ପାଇଁ ପରିବାର ଲୋକ ଏକ ଫୋନ୍‌ କିଣିଥିଲେ। ହେଲେ ଛାତ୍ର ଜଣକ ଏହି ସମୟରେ ଅନ୍‌ଲାଇନ୍‌ ଗେମ୍‌ ଜାଲରେ ପଡ଼ି ଯାଇଥିଲେ। ମୋବାଇଲ୍‌ରେ ‘ଫ୍ରି ଫାୟାର’ ନାମକ ଏକ ଅନ୍‌ଲାଇନ୍‌ ଗେମ୍‌ ଖେଳି ସେ ନିଜ ବାପାଙ୍କ ଆକାଉଣ୍ଟରୁ ୬୧ ହଜାର ଟଙ୍କା ଓ ମା’ଙ୍କ ଆକାଉଣ୍ଟରୁ ୩୫ ହଜାର ଟଙ୍କା ହାରି ସାରିଥିଲେ।

ହଠାତ୍‌ ଏତେ ଟଙ୍କା ଗାଏବ ନେଇ ସମ୍ପୃକ୍ତ ଛାତ୍ରଙ୍କ ବାପା ବ୍ୟାଙ୍କରେ ପଚାରିବାରୁ ଅନ୍‌ଲାଇନ୍‌ ଗେମ୍‌ ଖେଳା ଯାଇ ଏତେ ଟଙ୍କା କଟିଥିବା ଜାଣିବାକୁ ପାଇଥିଲେ। ଘରେ ପହଞ୍ଚି ପୁଅକୁ ଏସମ୍ପର୍କରେ ପଚାରିଥିଲେ। ଏଥିରେ ଅତ୍ୟଧିକ ଭୟଭୀତ ହୋଇଯାଇଥିବା ଛାତ୍ର ଜଣକ ଘର ବାଥରୁମ୍‌ରେ ମା’ଙ୍କ ଶାଢିକୁ ବେକରେ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

ସେ ଜଣେ ମେଧାବୀ ଛାତ୍ର ଥିଲେ ଓ ସେ ସବୁବେଳେ ୯୦% ରୁ ଅଧିକ ମାର୍କ ରଖୁଥିଲେ ବୋଲି ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ

୪୩.୫% କମିଛି ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା

ଆଜି ଅବପାତର ରୂପ ନେଇପାରେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ

ଇଞ୍ଜିନିୟର ଏବେ ଦିନ ମଜୁରିଆ; କୋଦାଳ ଧରି ମାଟି ବୋହିଲେ

ଜେଲ୍ ଗଲେ ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ପ୍ରଧାନ; ଆୟର ୨୪୧% ଥିଲା ବେଆଇନ

କୋଭିଡ୍‌-୧୯ ସୁସ୍ଥ ହେବା ପରେ କ’ଣ କରିବେ, ପରାମର୍ଶ ଦେଲା ସ୍ୱାସ୍ଥ୍ୟ ବିଭାଗ

କରୋନାରୁ ସୁସ୍ଥ ହେଲେ ୨୭୧୬ ଜଣ ଆକ୍ରାନ୍ତ

ରକ୍ତମୁଖା ପଡ଼ୋଶୀର ବିଭତ୍ସ କାଣ୍ଡ; ରକ୍ତରେ ଭିଜିଲା ଘର ଓ ଜମି

ଆସନ୍ତାକାଲି ସନ୍ଧ୍ୟା ୬ଟାରୁ ୬ଟା ୧୫ ମିନିଟ୍‌ ଯାଏଁ ବିଜୁଳି ନଜାଳିବାକୁ ଆହ୍ୱାନ

ଭାଙ୍ଗିଯାଇଛି ପୋଲ, ସମସ୍ୟାରେ ୬ଟି ଗାଁ

ନିଲମ୍ବିତ ହେଲେ ଗୁଣପୁର ତହସିଲଦାର

ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ୱେଲ୍ ମାର୍କରେ ପରିଣତ

ପଥର ଖାଦାନରେ ଚାଲାଣକୁ ନେଇ ମୁହାଁମୁହିଁ ପେସା ଓ ସିପିଆଇଏମ୍

You might also like