ଗୁରୁ ଦିବସରେ ଗୁରୁଙ୍କ ବିରୋଧରେ ସଙ୍ଗୀନ୍‌ ଅଭିଯୋଗ

ବାରିପଦା : ଟିଉସନ ଆସ ନଚେତ୍ ପରୀକ୍ଷାରେ ଫେଲ୍ କରିଦେବି । ଆଜି ଗୁରୁଦିବସ ଅବସରରେ ଜଣେ ଅଧ୍ୟାପକଙ୍କ ନାମରେ ଆସିଛି ଏମିତି ସଙ୍ଗୀନ୍‌ ଅଭିଯୋଗ । ବାରିପଦାସ୍ଥିତ ମହିଳା ମହାବିଦ୍ୟାଳୟର ଛାତ୍ରୀମାନେ ଏମିତି ଅଭିଯୋଗ ଆଣିଛନ୍ତି। କଲେଜର ଯୁକ୍ତ ୩ ଶ୍ରେଣୀର ଛାତ୍ରୀମାନେ କଲେଜର କମ୍ପ୍ୟୁଟର ସାଇନ୍ସ ବିଭାଗରେ ନୂତନ କରି ଯୋଗ ଦେଇଥିବା ଜଣେ ଅତିଥି ଅଧ୍ୟାପକଙ୍କ ନାମରେ ଏହିଭଳି ଅଭିଯୋଗ କରିଛନ୍ତି ।

ଏନେଇ ଆଜି ଛାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ସହ କଲେଜ ପରିସରରେ ସାମାନ୍ୟ ଉତ୍ତେଜନା ଦେଖା ଦେଇଥିଲା । ଛାତ୍ରୀଙ୍କ ଅବିଭାବକମାନେ କଲେଜ ଅଧ୍ୟକ୍ଷଙ୍କୁ ଭେଟି ଅଧ୍ୟାପକଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି ।

ତେବେ ଅଧ୍ୟକ୍ଷ ଏନେଇ କହିଛନ୍ତି କଲେଜରେ କମିଟି ଗଠନ କରି ବିଧିବଦ୍ଧ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଗତ ଅଗଷ୍ଟରେ ଯୋଗ ଦେଇଥିବା କମ୍ପ୍ୟୁଟର ଅଧ୍ୟାପକ ପୂର୍ବରୁ ମଧ୍ୟ ଅନ୍ୟ ଏକ କଲେଜରେ ବିବାଦରେ ଛନ୍ଦି ହୋଇଥିଲେ।

ଆହୁରି ପଢ଼ନ୍ତୁ

୪ ଦିନ ପରେ ଓଡ଼ିଶାରୁ ବିଦାୟ ନେବ ମୌସୁମୀ !

ରାଜଧାନୀରେ ଠାବ ହେଲା ନକଲି ୱାଟର ବଟ୍‌ଲିଂ କାରଖାନା

କୋଟିଏ ଟଙ୍କାରୁ ଅଧିକ ମୂଲ୍ୟର ଗଞ୍ଜେଇ ଜବତ

ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁଉଛି ବଙ୍ଗୋପସାଗରରେ ସୃଷ୍ଟ ଡିପ୍ରେସନ୍‌

ମାତ୍ର ୬ ମିନିଟ୍‌ରେ ନୟାପଲ୍ଲୀରୁ ଏୟାରପୋର୍ଟ ପହଞ୍ଚିଲା ଆମ୍ବୁଲାନ୍ସ

ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଡ୍ରୟର୍‌ରୁ ମିଳିଲା ଲକ୍ଷାଧିକ ଟଙ୍କା

ଦିନକରେ ଆଖି ବୁଜିଲେ ୧୮ କରୋନା ରୋଗୀ

ଓଡ଼ିଶାରେ ତଳ ମୁହାଁ କରୋନା ଗ୍ରାଫ୍‌, ଦିନକରେ ୧,୭୯୩ ପଜିଟିଭ୍‌ ଚିହ୍ନଟ

ମାଟ୍ରିକ୍‌ ସପ୍ଲିମେଣ୍ଟାରୀରେ ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ: ୩୦ ମାର୍କରୁ ମିଳିଲା ୪୨

ଜାହାଜରୁ ଖସି ପଡ଼ିଲେ ୩ ନାବିକ

ଆଜି ପବିତ୍ର ମହା ସପ୍ତମୀ; ଖାଁ ଖାଁ ଲାଗୁଛି ପୂଜା ମଣ୍ଡପ

ଜେଲ୍‌ ଗଲେ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ

You might also like