ପୁଣି ଭାଇରାଲ ହେଲା ଯୁବକ ଯୁବତୀଙ୍କ ଅନ୍ତରଂଗ କ୍ଷଣର ଭିଡିଓ
ଭଦ୍ରକ: ପୁଣି ଭାଇରାଲ ହେଲା ଯୁବକ ଯୁବତୀଙ୍କ ଅନ୍ତରଂଗ କ୍ଷଣର ଭିଡିଓ। ଜଣେ ଉଦ୍ଭ୍ରାନ୍ତ କଲେଜ ଛାତ୍ର ତାଙ୍କ ସହପାଠିନୀଙ୍କ ସହ ଅନ୍ତରଙ୍ଗ କ୍ଷଣର ଭିଡିଓ ଭାଇରାଲ କରିଥିବା ଅଭିଯୋଗ ହୋଇଛି।
ଏହି ଅଭିଯୋଗରେ ଧାମନଗର ପୁଲିସ ଯାଜପୁର ଜିଲ୍ଲା ବାହାବଳପୁର ଅଞ୍ଚଳର ସଂପୃକ୍ତ କଲେଜ ଛାତ୍ରଙ୍କୁ ଗିରଫ କରିଛି। ତାଙ୍କ ବିରୁଦ୍ଧରେ ପକ୍ସୋ ଅାଇନ ସହିତ ଅାଇଟି ଅାକ୍ଟର ବିଭିନ୍ନ ଧାରାରେ ମାମଲା ରୁଜୁ କରିଛି। ପୀଡ଼ିତା ଛାତ୍ରୀଙ୍କ ପରିବାର ପକ୍ଷରୁ ଏନେଇ ଧାମନଗର ଥାନାରେ ଅଭିଯୋଗ ହୋଇଥିଲା। ପୀଡ଼ିତା ଛାତ୍ରୀ ଓ ଅଭିଯୁକ୍ତ ଯୁବକ ଯୁକ୍ତ ୩ ଦ୍ୱିତୀୟ ବର୍ଷରେ ପାଠ ପଢ଼ୁଥିଲେ।