ଆଡମିଟ୍ କାର୍ଡ ନମିଳିବାରୁ ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ର

ପୁରୀ: ଗୋଟିଏପଟେ ଆଜିଠୁ ମାଟ୍ରିକ୍‌ ପରୀକ୍ଷା ଆରମ୍ଭ ହେଉଥିବା ବେଳେ ଅନ୍ୟପଟେ ଆଡମିଟ୍ କାର୍ଡ ମିଳିନଥିବାରୁ ମାଟ୍ରିକ୍‌ ପରୀକ୍ଷାରୁ ଜଣେ ଛାତ୍ର ବଞ୍ଚିତ ହୋଇଛନ୍ତି।

ପୁରୀ ଜିଲ୍ଲା କଣାସ ବ୍ଲକ ଅନ୍ତର୍ଗତ ସାନଗୋବିନ୍ଦପୁର ଗାଁର ଜ୍ଞାନେନ୍ଦ୍ର ପାଟ୍ଟଶାଣୀ ଫର୍ମ ପୂରଣ କରିଥିଲେ ମଧ୍ୟ ତାଙ୍କୁ ଆଡମିଟ୍ କାର୍ଡ ମିଳିନିଥିବା ସେ ଅଭିଯୋଗ କରିଛନ୍ତି।

ସେ ଫର୍ମ ପୂରଣ ପାଇଁ ସମସ୍ତ ଡକ୍ୟୁମେଣ୍ଟ୍‌ ଓ ୪୫୦ ଟଙ୍କା ହାଇସ୍କୁଲ ପ୍ରଧାନଶିକ୍ଷକଙ୍କୁ ଦେଇଥିଲେ। କିନ୍ତୁ ଏହା ପରେ ବି ତାଙ୍କୁ ଆଡମିଟ୍ କାର୍ଡ ମିଳିନାହିଁ। ଏନେଇ ସେ  ପ୍ରଥମେ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ପରେ ଜିଲ୍ଲାପାଳଙ୍କୁ ଭେଟିଥିଲେ।

ତେବେ ଚଳିତ ବର୍ଷ ସେ ଆଉ ପରୀକ୍ଷା ଦେଇପାରିବେନି ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି। ହେଲେ ଚଳିତ ବର୍ଷ ହେବାକୁ ଥିବା ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇପାରିବେ ବୋଲି ଡିଇଓ କହିଛନ୍ତି।

ଆହୁରି ପଢ଼ନ୍ତୁ

ଭୁବନେଶ୍ୱରରେ ପହଞ୍ଚିଲେ ଚେଲା କୁମାର; ଜୋରଦାର ହେବ ପ୍ରଚାର

ଅପରାଧୀଙ୍କ ଚରାଭୂଇଁ ପାଲଟୁଛି କି ରାଜଧାନୀ?

ଚଳୁ କରିଦେଲେ ଲକ୍ଷାଧିକ ସବ୍‌ସିଡି ଟଙ୍କା

ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୫୨୧୯୭ରେ ପହଞ୍ଚିଲା

ରୋଗୀଣା ପତ୍ନିକୁ ଟ୍ରଲିରେ ବୋହି ଏସ୍‌ସିବି ନେବା ମାମଲାରେ ରିପୋର୍ଟ ମାଗିଲେ ରାଜ୍ୟ ମାନବାଧିକାର କମିଶନ

ଉପନିର୍ବାଚନ ମୈଦାନ୍‌ରେ କ୍ୟାମ୍ପେନ୍ ଆରମ୍ଭ କଲେଣି ହେବିୱେଟ୍ ନେତା, ମୁଖ୍ୟମନ୍ତ୍ରୀ କେବେ ?

ମରଣଯନ୍ତା ପାଲଟିଛି ମଙ୍ଗୁଳି ଛକ

ନକଲି ଟଙ୍କା ଦେଇ ଗାଡ଼ି କିଣିବା ବେଳେ ଧରିଲା ପୋଲିସ୍

ଜିଲ୍ଲାପାଳ ଅଫିସ୍ ଆସୁଥିଲେ, ଅଧାବାଟରୁ ଉଠାଇନେଲା ପୋଲିସ

ଦୁର୍ଘଟଣାର ଦିନ: ଟ୍ରକ୍ ତଳେ ଚାପି ହୋଇ ଚାଲିଗଲା ୫ ଜୀବନ, ୨୦ ଆହତ

ଖରସ୍ରୋତା ନଦୀ ପଠାରେ କୁମ୍ଭୀର, ଲୋକେ ଭୟଭୀତ

କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ମିଳିବ ଅବଢ଼ା

You might also like