୩୦ ବର୍ଷ ହେଲା ଘରଡିହ ଓ ଜମି ପଟ୍ଟା ପାଇଁ ସଂର୍ଘଷ କରୁଛନ୍ତି ଏମାନେ

ଦେବଗଡ଼: ଥଇଥାନର ୩ ଦଶନ୍ଧି ପରେ ବି ନିଜ ଘରଡିହ, ଜମି ପଟ୍ଟା ପାଇଁ ସଂର୍ଘଷ କରୁଛନ୍ତି ଦେବଗଡ଼ ଜିଲ୍ଲାର କେଶଲା ଗାଁ ଲୋକେ। ଜମିର ଚିହ୍ନଟ ଲାଗି ତହସିଲ ଅଫିସକୁ ଦୌଡି ଦୌଡ଼ି ନିରାଶ ହେଲେଣି ବିସ୍ଥାପିତ। ତଥାପି ଦେବଗଡ଼ କେଶଲା ଗ୍ରାମବାସୀଙ୍କ ଦୁଃଖ ଦୂର ହେଉନି। ନକ୍ସା ନଥିବା ବାହାନା ଦେଖାଇ ଆରଆଇ, ତହଲସିଲଦାର ଦୂରଦୂର ମାର ମାର କରୁଥିବା ଗାଁ ଲୋକେ ଅଭିଯୋଗ ଆଣିଛନ୍ତି। ଏହି ମାମଲା ନେଇ ବିଭିନ୍ନ ସମୟରେ ପାଟିତୁଣ୍ଡ ଲାଗିବା ସହ କଥା ଥାନା, କଚେରି ଯାଏ ପହଞ୍ଚୁଥିବା ଅଭିଯୋଗ ହୋଇଛି।

ରେଙ୍ଗାଳୀ ବହୁମୁଖୀ ନଦୀବନ୍ଧ ଯୋଜନା ପାଇଁ ୧୯୮୧ ମସିହାରେ କେଶଲା ଗାଁ ଲୋକଙ୍କୁ ସରକାର ସ୍ଥାନାନ୍ତର କରିଥିଲେ। ୧୯୮୨ ଓ ୧୯୮୩ ମସିହାରେ ଜମି ଓ ଘରଡିହ ବାବଦକୁ ପ୍ରୋଭିଜିନାଲ ପଟ୍ଟା ପ୍ରଦାନ କରିଥିଲେ। ୧୯୮୯ ମସିହାରେ ଫାଇନାଲ ପଟ୍ଟା ଦିଆଗଲା। ନକ୍ସା ନଥିବାରୁ ନିଜ ନାଁରେ ଥିବା ସମ୍ପତ୍ତିର କୌଣସି ନିର୍ଦ୍ଧିଷ୍ଟ ସୂଚନା ନପାଇ ହଇରାଣ ହେଉଛନ୍ତି ଏମାନେ।

ଏନେଇ  ମୁଖ୍ୟମନ୍ତ୍ରୀଙ୍କ ଯାଏ ଗୁହାରି କରିଥିଲେ ବି କେହି ସହଯୋଗ ଓ ସାହାଯ୍ୟ କରୁନାହାନ୍ତି। ସେପଟେ ବାରକୋଟ ତହସିଲଦାର ଅଭିଯୋଗକୁ ସ୍ୱୀକାର କରିଛନ୍ତି। ସେଟେଲ୍‌ମେଣ୍ଟ ସର୍ଭେ ଚାଲିଛି, ସ୍ୱୀକୃତିପ୍ରାପ୍ତ ନକ୍ସା ପ୍ରକାଶ ପାଇବା ପରେ ଗ୍ରାମବାସୀ ସମସ୍ୟା ଦୂର ହେବ ବୋଲି କହିଛନ୍ତି।

 

ଆହୁରି ପଢ଼ନ୍ତୁ

ଓଡ଼ିଶାରେ କରୋନା ଟିକା ମାଗଣାରେ ଦିଆଯିବ କି? ରଣେନ୍ଦ୍ରଙ୍କ ପ୍ରଶ୍ନର ଜବାବ ରଖିଲା ବିଜେପି

ବିଶ୍ୱାସରେ ବିଷ ଦେଇଦେଲେ ସାଙ୍ଗ !

ଥାନା ଅଧିକାରିଣୀଙ୍କ ଶୁଭେଚ୍ଛା ବିଜ୍ଞାପନରେ ବିଧାୟକଙ୍କ ଫଟୋ ଓ ଦଳୀୟ ଚିହ୍ନ

‘ଓଡ଼ିଶା ଲୋକଙ୍କୁ ମାଗଣା ଟିକା ପାଇଁ କଥାଦେବାକୁ ପଛଘୁଞ୍ଚା କାହିଁକି?’

କୋରାପୁଟରେ ମାଓ ବିରୋଧୀ ପୋଷ୍ଟର

ରାସ୍ତାରୁ ଉଠୁ ନାହାନ୍ତି ମହିଳା

ବରମୁଣ୍ଡା ବ୍ରିଜ୍‌ ତଳୁ ମିଳିଲା ଯୁବକଙ୍କ କ୍ଷତାକ୍ତ ମୃତଦେହ

୨୯ରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା

ଓଡ଼ିଶାରେ କରୋନା ସ୍ଥିତି: ଆଖି ବୁଜିଲେ ଆଉ ୧୬ କରୋନା ଆକ୍ରାନ୍ତ

ଦିନକରେ ଓଡ଼ିଶାରେ ୧,୬୩୩ କରୋନା ପଜିଟିଭ୍‌‌ ଚିହ୍ନଟ

ଟ୍ରକ୍‌କୁ ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ୨ ଜୀବନ

ନିଖୋଜ ହୋଇଥିବା ବୀରମିତ୍ରପୁର ଥାନା ଦୁଷ୍କର୍ମ ପୀଡ଼ିତା ଉଦ୍ଧାର

You might also like