ପରିବାର ଲୋକେ ଗ୍ରହଣ କଲେନି, ଗଛମୂଳେ ରାତି ବିତାଇଲେ ପ୍ରେମୀଯୁଗଳ

ଉମରକୋଟ(କାର୍ତ୍ତିକ ମଲ୍ଲିକ): ଏକାଠି କାମ କରୁ କରୁ ମନ ଦେଇଦେଲେ।  ଆଉ ତା’ପରେ ଦୁହଁ ଦୁହିଁଙ୍କ ସୁଖଦୁଃଖର ସାଥୀ ପାଲଟିଗଲେ। ହେଲେ ଜାଣି ନ ଥିଲେ ଏଇ ପ୍ରେମ ଦିନେ ସେମାନଙ୍କ ପାଇଁ ଏମିତି ଦୁର୍ଦ୍ଦିନ ଆଣିଦେବ ବୋଲି।  ଏବେ ସେମାନେ ପରିବାର ଲୋକଙ୍କ ପାଇଁ ପର ହୋଇଯାଇଛନ୍ତି। ଏପରିକି ସେମାନଙ୍କ ଜାତି ବି ଗ୍ରହଣ କରିନି। ଏବେ ମୁଣ୍ଡ ଉପରେ ଖୋଲା ଆକାଶ। ଭବିଷ୍ୟତ ଅନ୍ଧକାର। କୁଆଡେ ଯିବେ ? କ’ଣ କରିବେ ? ଲକ୍‌ଡାଉନ ତ ଜୀବିକା ନେଇଯାଇଛ। ଜୀବନ କେମିତି ବଞ୍ଚାଇବେ ? ଏମିତି ଜୀବନଯନ୍ତ୍ରଣାର କାହାଣୀ ହେଉଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ଦୁଇ ପ୍ରେମୀ ଯୁଗଳଙ୍କର।

ଚନ୍ଦାହାଣ୍ଡି ବ୍ଲକ୍ ଗମ୍ଭାରୀଗୁଡା ପଂଚାୟତ ମୋଦିଗାଁର ଯୁବକ ଦେବରାଜ ନେଗୀ । ଗାଁର ଅନ୍ୟ ଯୁବକ ଓ ମହିଳାଙ୍କ ସହ ଦୁଇବର୍ଷ ତଳେ କାମ ଅନ୍ୱେଷଣରେ ଆନ୍ଧ୍ର ପ୍ରଦେଶ ଯାଇଥିଲେ।  ସେଠାରେ ଏକ ଇଟାଭାଟିରେ ସମସ୍ତେ କାମ କରୁଥିଲେ। ଏକାଠି କରିବା ଭିତରେ ନିଜ ଗାଁର ଜଣେ ଯୁବତୀଙ୍କ ସହ ଦେବରାଜଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା।

ପରେ ଉଭୟେ ଏକାଠି ରହି ଆସୁଥିଲେ । ଇତି ମଧ୍ୟରେ ଯୁବତୀ ଜଣକ ଗର୍ଭବତୀ ହୋଇଥିଲେ । ହେଲେ କରୋନା ଲକ୍‌ଡାଉନ ସେମାନଙ୍କ ଜୀବନରେ ଭରିଦେଲା ଦୁର୍ଦ୍ଦିନର କଳାବାଦଲ।  ଲକଡାଉନ ଯୋଗୁ କାମଧନ୍ଦା ବନ୍ଦ ହୋଇଗଲା। ତେଣୁ ବାଧ୍ୟ ହୋଇ ଅନ୍ୟମାନଙ୍କ ସହ ସେମାନେ ବି ଭିଟାମାଟିକୁ ଫେରି ଆସିଲେ ।

ନିଜ ଗାଁକୁ ଗତ ୧୪ ତାରିଖ ପହଞ୍ଚି ଧୋଡିପାଣି ସ୍ଥିତ ଟିଏମସି କେନ୍ଦ୍ରରେ ରହିଥିଲେ । ଟିଏମସି କେନ୍ଦ୍ରରେ ୧୫ ଦିନ ରହିବା ପରେ ୩୧ ତାରିଖ ସଂଧ୍ୟାରେ ସେମାନେ ନିଜ ଗ୍ରାମ ମୋଦିଗାଁ କୁ ଫେରିଥିଲେ।  କିନ୍ତୁ ଉଭୟଙ୍କ ପରିବାର ଲୋକେ ଦୁହିଁଙ୍କୁ ଘରେ ପଶେଇ ଦେଲେ ନାହିଁ ।

ଯୁବତୀଙ୍କ ପରିବାର ଲୋକେ ଯୁବତୀ ଜଣକୁ ଘରୁ ବାହାରି ଯିବାକୁ କହିବା ସହ ତାକୁ ଜାତିରୁ ମଧ୍ୟ ବାସନ୍ଦ କରିଦେଲେ । ଦେବରାଜଙ୍କ ପରିବାର ଲୋକେ ମଧ୍ୟ ତାଙ୍କୁ ଗ୍ରହଣ କରି ନ ଥିଲେ।  ଶେଷରେ ପ୍ରେମୀ ଯୁଗଳ ଗାଁ ମୁଣ୍ଡରେ ଥିବା ଏକ ଗଛ ମୂଳେ ରାତି ସାରା ରହିବା ପରେ ଗତକାଲି ସକାଳୁ ଖବର ପାଇ ଚନ୍ଦାହାଣ୍ଡି ମା’ ଘରର ଏକ ଟିମ ଏବଂ ବିଜେପିର ଏକ ପ୍ରତିନିଧି ଦଳ ଯାଇ ଉଭୟଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କୁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା । ସେଠାରେ ଉଭୟଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ଯୁବତୀ ଜଣଙ୍କ ୭ ମାସର ଗର୍ଭବତୀ ଥିବା କହିଛନ୍ତି ।

ଆହୁରି ପଢ଼ନ୍ତୁ

ହକି ଦଳର ଅଧିନାୟକ ମନପ୍ରୀତ ଓ ଅନ୍ୟ ୩ ଖେଳାଳିଙ୍କୁ କରୋନା

ଆଜି ସୁସ୍ଥ ହେଲେ ୧୮୧୦ କରୋନା ଆକ୍ରାନ୍ତ

କରୋନା ଲଢ଼େଇରେ ଶିକ୍ଷକଙ୍କ ଅବଦାନକୁ ଭୁଲିଗଲେ କି ସରକାର ?

ଲୋକାୟୁକ୍ତଙ୍କ ନିକଟରେ ହାଜର ହେଲେନି ହେମନ୍ତ ଶର୍ମା

ଭୁବନେଶ୍ୱର ସହରରୁ ଆଉ ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ

କରୋନା ମୃତ୍ୟୁର ଅଡିଟ୍ ପାଇଁ ଦାବି କଲେ କଂଗ୍ରେସ ସାଂସଦ

ପଛରେ ପଡ଼ିଲା ଗଞ୍ଜାମ; ଆଜି ଏହି ଜିଲ୍ଲାରେ ଅଧିକ ଆକ୍ରାନ୍ତ ଚିହ୍ନଟ

ନୂଆଁଖାଇ ପାଇଁ ସଟ୍‌ଡାଉନ୍ ଘୁଞ୍ଚାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଜୟନାରାୟଣଙ୍କ ଚିଠି

ଅଗଷ୍ଟ ଶେଷରେ ବସିପାରେ ବିଧାନସଭା ମୌସୁମୀ ଅଧିବେଶନ

ବଙ୍ଗୋପସାଗରରେ ଲଘୁଚାପ, ଓଡ଼ିଶାର ଏହିସବୁ ଜିଲ୍ଲାକୁ ସତର୍କ ସୂଚନା

କରୋନାରୁ କେବେ ମିଳିବ ମୁକ୍ତି ? ଆସିଲା ଖୁସି ଖବର

‘କରୋନା ତଥ୍ୟ ଲୁଚାଉଛନ୍ତି ରାଜ୍ୟ ସରକାର’

You might also like