• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

କୋରାପୁଟ: କରୋନା ମହାମାରୀ ଅନେକଙ୍କ ଜୀବନଧାରା ବଦଳାଇ ଦେଇଛି । କିଏ ରୋଜଗାର ହରାଇଛି ତ ଆଉ କିଏ ଦୁର୍ଦ୍ଦିନରେ ଦିନ କାଟୁଛି । ଆମେ ଏମିତି ତଣେ ଆନ୍ତର୍ଜାତିକ ସ୍ତରର କ୍ରିକେଟରଙ୍କ କଥା କହିବାକୁ ଯାଉଛୁ, ଯିଏ କି ଜୁନିୟର ସ୍ତରରେ ସ୍ୱର୍ଣ୍ଣପଦକ ହାସଲ କରି ମଧ୍ୟ ଅଭାବ ଅନଟନରେ ଚଳୁଛନ୍ତି ।

କୋରାପୁଟ ଜିଲ୍ଲା ସୁକ୍ରିଗୁଡ଼ା ଗାଁର ସୁଖରାମ ମାଝୀ। ଆନ୍ତର୍ଜାତୀୟ ସ୍ତରର ବ୍ୟାଟ୍ସମ୍ୟାନ୍‌। ଭାରତୀୟ ଦୃଷ୍ଟିବାଧିତ କ୍ରିକେଟ ଟିମ୍‌ର ଜଣେ ଆଗଧାଡ଼ିର ଖେଳାଳି ।  ଏକଦା ରାଜ୍ୟ ତଥା ଦେଶ ପାଇଁ ପ୍ରତିନିଧିତ୍ୱ କରିଥିଲେ। କ୍ରିକେଟରେ ଶତକ ପରେ ଶତକ ହାସଲ କରି ଦେଶ ପାଇଁ ଗୌରବ ଆଣି ଦେଇଥିଲେ ।

ଦୃଷ୍ଟିହୀନ-ଟି ଟ୍ୱେଣ୍ଟି ବିଶ୍ୱକପ ହାତେଇଥିଲେ । ହେଲେ ଏବେ ତାଙ୍କର ଅବସ୍ଥା ବିଗାଡି ଦେଇଛି ମହାମାରୀ କରୋନା। ଦୁଇ ମୁଠା ଖାଦ୍ୟ ପାଇଁ ଜମିରେ କାମ କରୁଛନ୍ତି। ଆଉ କିଛି ନମିଳିଲେ କୁଲି କାମ ମଧ୍ୟ କରିବାକୁ ପଡୁଛି । ଲକ୍‌ଡାଉନ ସମୟରେ ଦୃଷ୍ଟିହୀନ କ୍ରିକେଟ ସଂଘ ତରଫରୁ ତାଙ୍କୁ ୪ ହଜାର ଟଙ୍କା ସହାୟତା ମିଳିଥିଲା। ହେଲେ ଏବେ ସଂଘର୍ଷମୟ ଜୀବନ ତାଙ୍କୁ ପାଇଁ ଦୁର୍ବିସହ ହୋଇପଡ଼ୁଛି।

ସୁଖରାମ ଦେଶ ପାଇଁ ୧୦ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ବିଶ୍ୱକପରେ ପାକିସ୍ତାନକୁ ହରାଇ ଗୌରବ ଆଣିଥିଲେ । ହେଲେ ଏବେ ଦୁର୍ଦ୍ଦିନରେ କଟୁଛି ତାଙ୍କର ଜୀବନ। ଯେମିତି ସୁଖ ହଜି ଯାଇଛି ସୁଖରାମଙ୍କ ଜୀବନରୁ ।

Struggle-of-internationa-cricket-player-sukharam-majhi
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories