ଅବକାରୀ ମନ୍ତ୍ରୀଙ୍କ ବାସଭବନ ଘେରିଲା ଓଡ଼ିଶା ନିବାରଣ ଅଭିଯାନ

ଭୁବନେଶ୍ୱର: ରାଜ୍ୟରେ ଅତ୍ୟଧିକ ମଦ ବିକ୍ରି କରୁଥିବା ବ୍ୟବସାୟୀଙ୍କୁ ପୁରସ୍କାର ଘୋଷଣାକୁ ବିରୋଧ କରି ବିକ୍ଷୋଭ ଦେଖାଦେଇଛି।

ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନର ସଦସ୍ୟମାନେ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନକୁ ଘେରାଉ କରିବା ସହ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ରାଜ୍ୟରେ ଅତ୍ୟଧିକ ମଦ ବିକ୍ରି କରିବା ଓ ଏନେଇ ପୁରସ୍କାର ଘୋଷଣା ନିଷ୍ପତ୍ତି ନିନ୍ଦନୀୟ ବୋଲି କହି ସଦସ୍ୟମାନେ ସରକାରଙ୍କୁ ସମାଲୋଚନା କରିଛନ୍ତି।

ପୁଲିସ ଏ ସମ୍ପର୍କରେ ଜାଣିବା ପରେ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ଅଟକ ରଖିଛି।

You might also like