ରାସ୍ତା ପାଇଁ ରାସ୍ତାରୋକ

ଭଦ୍ରକ: ଗାଁକୁ ପକ୍କା ରାସ୍ତା ଦାବିରେ ରାସ୍ତାରୋକ କରିଛନ୍ତି ଭଦ୍ରକ ଜିଲ୍ଲା କୁହ୍ଲିବିନ୍ଧା ଗାଁ ଲୋକେ। ଚାନ୍ଦବାଲି ଆରଡି ମୁଖ୍ୟ ରାସ୍ତା କୁହ୍ଲିବିନ୍ଧା ଛକରେ ଟାୟାର ଜାଳି ରାସ୍ତା ରୋକ କରିଛନ୍ତି ଶତାଧିକ ଗାଁଲୋକେ।

ଗୁଆଳି ବିନ୍ଧା ଓ କୁହ୍ଲିବିନ୍ଧା ଗାଁରେ ପାଖାପାଖି ୩ଶହରୁ ଅଧିକ ପରିବାର ବସବାସ କରନ୍ତି। ହେଲେ ଗାଁକୁ ଖଣ୍ଡେ ପକ୍କା ରାସ୍ତା ନଥିବାରୁ ଲକେ ବର୍ଷସାରା ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଏଥିପାଇଁ ପ୍ରଶାସନକୁ ବାରମ୍ବାର ଜଣାଇଥିଲେ ମଧ୍ୟ ରାସ୍ତା ହୋଇପାରି ନଥିବା ଅଭିଯୋଗ ହୋଇଛି। ତେଣୁ ବାଧ୍ୟ ଗାଁକୁ ପକ୍କା ରାସ୍ତା ଗାଁଲୋକେ ଦାବି କରିଛନ୍ତି।

ଘଟଣାସ୍ଥଳରେ ଚାନ୍ଦବାଲି ଏସ୍‌ଡିପିଓଙ୍କ ସମେତ ତହସିଲଦାର, ବିଡିଓ ପହଞ୍ଚି ରାସ୍ତା ନିର୍ମାଣ ନେଇ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲେ।

You might also like