ବସ୍ରେ ଓଭରଲୋଡିଂ ନ କରିବାକୁ କଡ଼ା ନିର୍ଦ୍ଦେଶ
ଭୁବନେଶ୍ୱର: କରୋନାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଗାଇଡଲାଇନ୍ସ ଜାରି ହୋଇଛି। ଟ୍ୱିନ୍ସିଟି କଟକ ଓ ଭୁବନେଶ୍ୱର ସମେତ ରାଜ୍ୟବ୍ୟାପୀ ଚଳାଚଳ କରୁଥିବା ଘରୋଇ ଏବଂ ସରକାରୀ ବସ୍ ଗୁଡ଼ିକରେ ଯେତିକି ସିଟ୍ ଅଛି, ସେତିକି ହିଁ ଯାତ୍ରୀ ପରିବହନ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ଏହାସହ ଯାତ୍ରୀବାହୀ ବସ୍ ଗୁଡ଼ିକରେ ଓଭରଲୋଡ଼ିଂ ନ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଛି। କରୋନାକୁ ନେଇ ଉଭୟ ଘରୋଇ ଓ ସରକାରୀ ବସ୍ ପାଇଁ ଏହି ଗାଇଡ୍ଲାଇନ୍ସ ଜାରି ହୋଇଛି। ଏନେଇ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି।
ସେହିପରି ବସ୍ ଡ୍ରାଇଭର ଏବଂ କର୍ମଚାରୀଙ୍କୁ ମାସ୍କ ପିନ୍ଧିବା ପାଇଁ ବାଧ୍ୟତାମୂଳକ କରାଯାଇଛି। କର୍ମଚାରୀମାନେ ଯେପରି ବସ୍ ଗୁଡ଼ିକରେ ସ୍ୱଚ୍ଛତା ବଜାୟ ରଖିବେ ସେଥିପ୍ରତି ପ୍ରାଧାନ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ପଦ୍ମନାଭ ବେହେରା।