ଓଡ଼ିଶା ବାହାରୁ ଏହି ଜିଲ୍ଲାକୁ ଆସିଲେ ୭ ଦିନ ହୋମ୍ ଆଇସୋଲେସନରେ ରହିବେ

ମାଲକାନଗିରି: ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁ ଥିବାରୁ ଏହାକୁ ରୋକିବା ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ କଡ଼ା କଟକଣା ଲାଗୁ କରିଛି। ରାଜ୍ୟ ବାହାରୁ ଯେଉଁ ବ୍ୟକ୍ତି ମାଲକାନଗିରିକୁ ଆସିବେ ସେମାନେ ନୋଡାଲ୍‌ ଅଫିସରଙ୍କୁ ଜଣାଇବା ସହ ସେମାନଙ୍କୁ ୭ ଦିନ ହୋମ୍ ଆଇସୋଲେସନରେ ରହିବାକୁ ପଡ଼ିବ। ଏପରିକି ଯେଉଁମାନେ ରାଜ୍ୟ ବାହାରକୁ ଯିବେ, ସେମାନେ ମଧ୍ୟ ନୋଡାଲ ଅଫିସରଙ୍କୁ ଜଣାଇବେ।

ଓଡ଼ିଶା-ଛତିଶଗଡ଼ ଚାଲାନଗୁଡ଼ାରେ ଚେକିଂ ମଧ୍ୟ କରାଯାଉଛି। ବଡ଼ଯାତ୍ରା ଆରମ୍ଭ ହୋଇଥିବାରୁ ଗତକାଲିଠୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ମାଲକାନଗିରି ଜିଲ୍ଲାରେ ନାଇଟ୍‌ କର୍ଫ୍ୟୁ ଘୋଷଣା କରାଯାଇଛି। ରାତି ୯ଟାରୁ ସକାଳ ୬ଟା ଯାଏ ନାଇଟ୍ କର୍ଫ୍ୟୁ ଜାରି କରାଯାଇଛି। ତେବେ ଏହି ନିୟମ ପରେ ଲୋକେ କିଛିଟା ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ ଜିଲ୍ଲାପାଳ କହିଛନ୍ତି, ଲୋକଙ୍କ ଭଲ ପାଇଁ ଏହି ପଦକ୍ଷେପ ନିଆଯାଇଛି।

ଅନ୍ୟପକ୍ଷେ, ବାହାର ରାଜ୍ୟରୁ ଗଞ୍ଜାମ ଆସିଲେ RTPCR ଟେଷ୍ଟ ରିପୋର୍ଟ ବାଧ୍ୟତାମୂଳକ। ନହେଲେ ଏଠାକୁ ଆସିଲା ପରେ ସେମାନେ ୭ ଦିନ ହୋମ୍‌ କ୍ୱାରେଣ୍ଟାଇନରେ ରହିବେ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି।

ସୂଚନାଥାଉ କି, ଗତ ୨୪ ଘଣ୍ଟାରେ ରାଜ୍ୟରୁ ୧୭୦ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏମାନଙ୍କ ମଧ୍ୟରୁ ୯୯ ଜଣ କ୍ୱାରେଣ୍ଟିନରେ ଥିବାବେଳେ ୭୧ ଲୋକାଲ କେସ୍‌ ରହିଛି ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି।

You might also like