ପରସ୍ପର ଉପରେ ରଙ୍ଗ ଅବିର ପକାଇବା ସଂପୂର୍ଣ୍ଣ ମନା

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ଦୋଳ ଓ ହୋଲି ପାଇଁ ଗାଇଡଲାଇନ ଜାରି ହୋଇଛି। ସର୍ବସାଧାରଣ ସ୍ଥାନରେ ହୋଲି ଖେଳ ମନା କରାଯାଇଛି। କେବଳ ଘରେ ଖେଳିବାକୁ ପରାମର୍ଶ ଦିଆଯାଇଛି। ମନ୍ଦିରରେ ଦୋଳ ନୀତି ସର୍ବାଧିକ ୨୦ ଜଣଙ୍କୁ ନେଇ ପାଳନ କରିପାରିବେ। ଦୋଳ ମେଳଣରେ ମାସ୍କ ବାଧ୍ୟତାମୂଳକ, ୧୦୦ ଜଣଙ୍କୁ ଅନୁମତି ମିଳିଛି।

ପ୍ରତ୍ୟେକ ଦୋଳ ବିମାନ ସାଙ୍ଗରେ ଯିବାକୁ ୬ ଜଣଙ୍କୁ ଅନୁମତି ମିଳିଛି। ବାଜା, ନାଚଗୀତ, ମୀନାବଜାର ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ବାରଣ କରାଯାଇଛି। ରାତି ୧୨ଟା ସୁଦ୍ଧା ଦୋଳ ମେଳଣ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦୋଳ ମେଳଣରେ ପରସ୍ପର ଉପରେ ରଙ୍ଗ ଅବିର ପକାଇବା ସଂପୂର୍ଣ୍ଣ ମନା କରାଯାଇଛି।

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ଆଜି ରେକର୍ଡ ସଂଖ୍ୟକ ବୃଦ୍ଧି ଘଟିଛି। ଦୀର୍ଘମାସ ପରେ ଆଜି ସଂକ୍ରମିତଙ୍କ ସଂଖ୍ୟା ୧୫୦ ଟିପିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୧୭୦ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି।

ଏମାନଙ୍କ ମଧ୍ୟରୁ ୯୯ ଜଣ କ୍ୱାରେଣ୍ଟିନରେ ଥିବାବେଳେ ୭୧ ଲୋକାଲ କେସ ରହିଛି ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଗତକାଲି ରାଜ୍ୟରୁ ୧୧୩ ଜଣ କରୋନା ଚିହ୍ନଟ ହୋଇଥିବାବେଳେ ଆଜି ୨୩ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୧୭୦ ନୂଆ ସଂକ୍ରମିତ। 

You might also like