ଔଷଧ, ଅକ୍ସିଜେନର କଳାବଜାର ହେଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ: ଜେଠୱା

ଭୁବନେଶ୍ୱର: କୋଭିଡ ଔଷଧ କି ଅକ୍ସିଜେନର କଳାବଜାର ହେଲେ କ଼ଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାଇ ଦେଇଛନ୍ତି ଆଇନ ଶୃଙ୍ଖଳା ଏଡିଜି ଯଶୋଓ୍ୱନ୍ତ ଜେଠଓ୍ୱା। ବିଭିନ୍ନ ସ୍ଥାନରେ କ୍ରାଇମବ୍ରାଞ୍ଚର ଚଢ଼ାଉ ହେଉଥିବା ସେ ସୂଚନା ଦେଇଛନ୍ତି। ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ ଯୋଗାଣ ଉପରେ ଏଡିଜି କହିଛନ୍ତି, ଅକ୍ସିଜେନ ପରିବହନ ପାଇଁ ସ୍ୱତନ୍ତ୍ର କରି଼ଡର କରାଯାଇଛି। ଓଡ଼ିଶାରୁ ବର୍ତ୍ତମାନ ସୁଦ୍ଧା ୬୭ ଟ୍ୟାଙ୍କର ଅକ୍ସିଜେନ ୭ଟି ରାଜ୍ୟକୁ ପଠାଯାଇଛି।

କେବଳ ଗତ ୪ ଦିନ ଭିତରେ ୬୭ ଟ୍ୟାଙ୍କର ଅକ୍ସିଜେନ ନେଇଛନ୍ତି ଅନେକ ରାଜ୍ୟ। ବିନା ବାଧାରେ ଯେମିତି ଟ୍ୟାଙ୍କରଗୁଡ଼ିକ ଯାଇପାରିବେ, ସେଥିପାଇଁ ସୀମାପାର ଯାଏ ଓଡ଼ିଶା ପୋଲିସର ପାଇଲଟିଂ ଟିମ୍ ସୁରକ୍ଷା ଦେଉଛନ୍ତି। ଆମେ କେବଳ ସୁବିଧାରେ ପରିବହନ କଥା ବୁଝୁଛୁ ବୋଲି କହିଛନ୍ତି ଜେଠଓ୍ୱା।

ରାଉରକେଲା, ଯାଜପୁର, ଢେଙ୍କାନାଳ, ଅନୁଗୁଳରୁ ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ହରିୟାଣା, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ପରି ରାଜ୍ୟକୁ ଅକ୍ସିଜେନ ପଠାଯାଇଛି। ଢେଙ୍କାନାଳରେ ଥିବା ଟାଟା ଷ୍ଟିଲ ବିଏସ୍ଏଲ ତେଲେଙ୍ଗାନାକୁ ୧୮୫ ଟନ୍ ଲିକ୍ୟୁଇଡ ଅକ୍ସିଜେନ ପଠାଯାଇଛି। ଓଡ଼ିଶାର ମଧ୍ୟ ଅନେକ ହସ୍ପିଟାଲକୁ ଏଠାରୁ ୫୬ ଟନ୍ ଅକ୍ସିଜେନ ଯାଇଛି।

You might also like