କରୋନା ସଂପର୍କରେ ଗୁଜବ ପ୍ରଚାର କଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: କରୋନାକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କରୋନା ରେଗୁଲେସନ୍‌ ଜାରି ହୋଇଛି। ଏହି ରେଗୁଲେସନ୍‌ ଅନୁଯାୟୀ ସବୁ ସରକାରୀ, ଘରୋଇ ହସ୍ପିଟାଲରେ କରୋନା ସନ୍ଦିଗ୍ଧଙ୍କ ପାଇଁ ବ୍ୟବସ୍ଥା ରହିବ। ଏହାସହ ହସ୍ପିଟାଲ୍‌କୁ ଆସୁଥିବା ସମସ୍ତ କରୋନା ସନ୍ଦିଗ୍ଧଙ୍କ ସବୁପ୍ରକାର ତଥ୍ୟ ରଖିବେ ହସ୍ପିଟାଲ କର୍ତ୍ତୃପକ୍ଷ।

ଯଦି କେହି କରୋନା ସଂପର୍କରେ ଗୁଜବ ପ୍ରଚାର କରନ୍ତି, ଏହାକୁ ଅପରାଧ ଭାବେ ବିବେଚନା କରାଯିବ ଓ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି କୌଣସି ଘରୋଇ ଲ୍ୟାବ୍‌ରେ କରୋନା ପରୀକ୍ଷାକୁ ଅନୁମତି ଦିଆଯିବ ନାହିଁ। ଯଦି କୌଣସି ବ୍ୟକ୍ତି କରୋନା ଭାଇରସ୍‌ ଆକ୍ରାନ୍ତ ଦେଶକୁ ଯାଇଥିଲେ ସେ ସମ୍ପର୍କରେ ନିଜେ ସୂଚନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଏନେଇ ମେଡିକାଲ କର୍ତ୍ତୃପକ୍ଷ/ସ୍ଥାନୀୟ ଅଧିକାରୀଙ୍କୁ ମଧ୍ୟ ସୂଚନା ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ଆଉ ଯଦି କୌଣସି କରୋନା ସନ୍ଦିଗ୍ଧ ଏହି ଗାଇଡଲାଇନ୍‌ ନମାନନ୍ତି IPC ଅନୁସାରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗର ରେଗୁଲେସନରେ ଉଲ୍ଲେଖ ରହିଛି।

You might also like