ନବଜାତ ଶିଶୁକୁ ଝୁଣି ଖାଇଲା କୁକୁର

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ମହିମୁଣ୍ଡା ଥାନା ଅନ୍ତର୍ଗତ ପୁଡ଼ାପାଲିରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନବଜାତ ଶିଶୁକୁ କୁକୁର ଝୁଣି ଖାଉଥିବା ବେଳେ ଗାଁ ଲୋକେ ଉଦ୍ଧାର କରିଛନ୍ତି।

ଶିଶୁଟିର ମୃତ୍ୟୁ ଘଟିଛି। ତେବେ ଶିଶୁଟିର ଅଣ୍ଟା ତଳକୁ କୁକୁର ଖାଇ ଦେଇଥିବା ଜଣାପଡ଼ିଛି।

ଶିଶୁଟି ୩-୪ ଦିନର ବୋଲି ସୂଚନା ମିଳିଛି।

ସୂଚନାଥାଉ କି, ୨୦୧୮ ମସିହା ଅକ୍ଟୋବର ୨୨ ତାରିଖ ଦିନ ରାତିରେ କଟକ ଶିଶୁ ଭବନ ପରିସରରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା। ଜଣେ ଶିଶୁର ମୁଣ୍ଡକୁ ୩ରୁ ୪ଟି ବୁଲା କୁକୁର ଝୁଣି ଖାଇବା ଭଳି ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଥିଲା।

ଆହୁରି ମଧ୍ୟ ପଢ଼ନ୍ତୁ: କୁକୁର ମୁହଁରେ ଶିଶୁର ମୁଣ୍ଡ!

You might also like