ବେଳାଭୂମିର ଜାଗ୍ରତ ପ୍ରହରୀ ଜଗଦୀଶ: ସମୁଦ୍ରରୁ ଜୀବନ ଛାଣୁଥିବା ଜଣେ ଭିନ୍ନକ୍ଷମ ମଣିଷର କାହାଣୀ
ପୁରୀ(ମଧୁସୂଦନ ମିଶ୍ର): ସମୁଦ୍ରରରୁ ଜୀବନ ଛାଣୁଥିବା ନିଆରା ମଣିଷଟିଏ। ସମୁଦ୍ରର ଅତଳ ଜଳରାଶିରେ ବୁଡିଯାଉଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର ପାଇଁ ଲମ୍ପ ପ୍ରଦାନ କରନ୍ତି । ବେଳାଭୂମିର ଖଚାଖଚ୍ ଭିଡ଼ ଭିତରେ ବୁଡ଼ି ଯାଉଥିବା ଲୋକଙ୍କୁ ନୂଆ ଜୀବନ ଦେଉଥିବା ଏହି ଭିନ୍ନ ମଣିଷ ଜଣକ ହେଲେ ଭିନ୍ନକ୍ଷମ ଲାଇଫ ଗାର୍ଡ ଜଗଦୀଶ। ଭଗବାନ ଗୋଡ଼ ଦେଇ ନାହାନ୍ତି, ବୋଲି ମନରେ ଟିକିଏ ବି ଦୁଃଖ ନାହିଁ । ଦୟାକରି ଦୁଇ ହାତ ଦେଇଥିବାରୁ ଭଗବାନଙ୍କ ନିକଟରେ କୃତଜ୍ଞ।
ସମୁଦ୍ର ଯେତିକି ରୋମାଞ୍ଚପୂର୍ଣ୍ଣ ସେତିକି ବିପଦପୂର୍ଣ୍ଣ। ଟିକିଏ ଅସାବଧାନତା ଯୋଗୁଁ ଚାଲିଯାଏ ଜୀବନ। ତଥାପି ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକ ସମୁଦ୍ରରେ ଗାଧୋଇବାର ମଜା ହରାଇବାକୁ ଚାହାନ୍ତି ନାହିଁ । ତେବେ ସେମାନଙ୍କୁ କୌଣସି ଆସନ୍ନ ବିପଦରୁ ରକ୍ଷା କରିବା ପାଇଁ ବେଳାଭୂମିର ଲାଇଫ ଗାର୍ଡ ଜାଗ୍ରତ ପ୍ରହରୀ ହୋଇ ଜଗିଥାନ୍ତି। ସେହି ଲାଇଫ ଗାର୍ଡଙ୍କ ଭିତରେ ଦିବ୍ୟାଙ୍ଗ ଲାଇଫଗାର୍ଡ ଜଗଦୀଶ ସମ୍ପୂର୍ଣ୍ଣ ଭିନ୍ନ। ଦିବ୍ୟାଙ୍ଗ ହୋଇ ମଧ୍ୟ ନିଜ ଜୀବନକୁ ବାଜି ଲଗାଇ ପର୍ଯ୍ୟଟକଙ୍କ ଜୀବନ ବଞ୍ଚାଇଥାନ୍ତି। ଦିନ ତମାମ ଲାଇଫ ଗାର୍ଡ ଭାବରେ ଡିଟ୍ୟୁ କରି ଦୁଇ ପଇସା ରୋଜଗାର କରି ଗୁଜୁରାଣ ମେଣ୍ଟାଇଥାନ୍ତି।
ପୁରୀ ବାଲିନୋଳିଆ ସାହିର ଦିବ୍ୟାଙ୍ଗ ଲାଇଫ ଗାର୍ଡ ଜଗଦୀଶଙ୍କର ଦକ୍ଷତା, କାର୍ଯଶୈଳୀ ତାଙ୍କୁ ବେଳାଭୂମିର ଜାଗ୍ରତପ୍ରହରୀ ନାମଦେଇଛି। ନିଜ ଜୀବନକୁ ପାଣି ଛଡାଇ ଅନ୍ୟର ଜୀବନ ବଞ୍ଚାଇଥିବା ନିସ୍ୱାର୍ଥପର ମଣିଷ ଆଜି ଅନ୍ୟ ମାନଙ୍କ ପାଇଁ ଉଦାହରଣ। ଜଗଦୀଶ ଆଜି ସୁଦ୍ଧା ପ୍ରାୟ ଉର୍ଦ୍ଧ୍ୱ ପର୍ଯ୍ୟଟକଙ୍କୂ ନୂଆ ଜୀବନ ଦେଇସାରିଲେଣି। କେଉଁ ପର୍ଯ୍ୟଟକ ବୁଡିଯାଉଥିବା ନଜର ଆସିଲେ, ନିଜ ଜୀବନ୍ତକୁ ବାଜି ଲଗାଇ ସମୁଦ୍ର ପାଣିରେ ନିଜକୁ ମିଶାଇଦିଅନ୍ତି। ହେଲେ ପର୍ଯ୍ୟଟକଙ୍କର କିଛି ହେବାକୁ ଦିଅନ୍ତି ନାହିଁ। ଅନ୍ୟକୁ ସାହାଯ୍ୟ କରିବାର କ୍ଷୁଧା ପାଇଁ ଉଦାହରଣ ପାଲିଟିଛନ୍ତି ଜଗଦୀଶ। ସେପଟେ ଦେବଦୂତ ସାଜିଥିବା ଜଗଦୀଶକୁ ନେଇ ଗର୍ବ ଅନୁଭବ କରନ୍ତି ପର୍ଯ୍ୟଟକ।
ତେବେ ପର୍ଯ୍ୟଟକ ପାଇଁ ଦେବଦୂତ ସାଜୁଥିବା ଜଗଦୀଶ, ପ୍ରଶାସନ ପାଇଁ ଏବେ ବି ଅଲୋଡା। ଲୋକଙ୍କୁ ଜୀବନ ଦେଉଥିବା ମଣିଷଟି ଦୁଇ ପଇସା ପାଇଁ ସବୁଦିନ ଅନ୍ତହୀନ ସଂଗ୍ରାମ କରଛନ୍ତି । ସେହିରପି ଲାଇଫ ଗାର୍ଡ ମହାସଂଘର ସମ୍ପାଦକ କୁହନ୍ତି, ୩୦ ନୁହେଁ ଆହୁରି ଅନେକ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛନ୍ତି ଜଗଦୀଶ। କିନ୍ତୁ ଆଜି ପର୍ଯ୍ୟନ୍ତ ତାଙ୍କୁ ସଠିକ ସାହାଯ୍ୟ ସହଯୋଗ ପ୍ରଶାସନ ପକ୍ଷରୁ ମିଳିପାରିନାହିଁ ବୋଲି କହି କ୍ଷୋଭ ପ୍ରକାଶ କରିଛନ୍ତି।
#ପାଦ_ନାହିଁ_ବୋଲି_ଦୁଃଖ_ନାହିଁ_ହାତ_ଯୋଡାକ_ତ_ଅଛି#ଅନେକ_ଲୋକଙ୍କୁ_ମରଣ_ମୁହଁରୁ_ବଞ୍ଚାଇଲେଣି_ଜଗଦୀଶ୍
ଭିନ୍ନକ୍ଷମ ହୋଇ ବି ପୁରୀ ସମୁଦ୍ର ବେଳାଭୂମିରେ ସବୁବେଳେ ସଜାଗ । କେହି ପାଣିରେ ବୁଡି ଯାଉଥିବା ଦେଖିଲେ ସେ ତାକୁ ମୃତ୍ୟୁ ମୁହଁରୁ ଛାଣି ଆଣି ନୂଆ ଜୀବନ ଦିଅନ୍ତି । #Odisha #SpecialStory pic.twitter.com/45le5QqZNT— ଓଟିଭି (@otvkhabar) February 27, 2021