ଦାଉ ସାଧୁଛି ରୋଗ , ସାଥିରେ ପୁତୁରା, ଝିଆରୀ ବୋଝ ; ଜଣେ ଏଡସ ଆକ୍ରାନ୍ତଙ୍କ ଦୁଃଖଦ କଥା

ଜୟପୁର (ଟି.ଗୌରୀଶଙ୍କର) : ମା’ ପର କରିଦେଲା, ବାପା ଆରପାରିରେ। ବାପା ମାଆଙ୍କ ଅନୁପସ୍ଥିତିରେ ଦୁଇ ଭାଇ ଭଉଣୀଙ୍କ ସାହାରା ପାଲଟିଛନ୍ତି ଏଡ୍‌ସରେ ଆକ୍ରାନ୍ତ ଦାଦା। କୋରାପୁଟ ଜିଲ୍ଲା ବୋରିଗୁମ୍ମା ହାଟପଦାରେ ଜଣେ ଏଡ୍‌ସ ଆକ୍ରାନ୍ତ ଏମିତି ପରିସ୍ଥିତି ଦେଇ ଗତି କରୁଛନ୍ତି।

 କୁନି ପୁତୁରା ଓ ଦିବ୍ୟାଙ୍ଗ ଝିଆରୀଙ୍କ ଦାୟିତ୍ୱ ଏବେ ତାଙ୍କୁ ବୋଝ ଉପରେ ନଳିତା ବିଡ଼ା ସଦୃଶ । ଦୁଇ ପୁତୁରା ଝିଆରୀଙ୍କ ପ୍ରତିପୋଷଣରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆର୍ଥିକ ସହାୟତା ପାଇଁ ନିବେଦନ କରିବା ପରେ ଜୟପୁରର ଏକ ଏନ୍‌ଜିଓ ସଂସ୍ଥା ‘ସାହାଯ୍ୟ ଦ ହେଲପିଂ ହ୍ୟାଣ୍ଡ ଗ୍ରୁପ’ ସହାୟତା ପାଇଁ ଆଗେଇ ଆସିଛି।

ଏହି ଏଚଆଇଭି ଆକ୍ରାନ୍ତ ବ୍ୟକ୍ତି ସରକାରଙ୍କ ପକ୍ଷରୁ ସୁବିଧା ସୁଯୋଗ ପାଉଛନ୍ତି କିନ୍ତୁ ଦିବ୍ୟାଙ୍ଗ ଝିଆରୀ ଓ ପୁତୁରାର ଭବିଷ୍ୟତ ପାଇଁ ପ୍ରଶାସନକୁ ସହାୟତା ପାଇଁ ଅନୁରୋଧ କରିଛନ୍ତି। ଏପରି ସମସ୍ୟା ନେଇ ବୋରିଗୁମ୍ମା ବିଡିଓଙ୍କୁ ଭେଟିବା ପରେ ବିଡିଓ ସହାୟତା ଯୋଗାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ଦେଖନ୍ତୁ ଭିଡ଼ିଓ  –

You might also like