• translate
Sarbeswar

ଭୁବନେଶ୍ୱର: ବେଦ ଭାରତର ପ୍ରାଚୀନ ସାହିତ୍ୟ। ଧର୍ମ ଶାସ୍ତ୍ର ମାନବ ଜାତିର ଦର୍ପଣ। ମାନବ ସମାଜ ଧର୍ମ ଭାବନାରେ ରହିଲେ ବିପଥଗାମୀ ହୁଏନାହିଁ ବୋଲି ଡ. ଅବଦୁଲ ଓସିଦ ଖାଁ ପୁସ୍ତକ ଉନ୍ମୋଚନ ସଭାରେ ମୁଖ୍ୟ ଅତିଥିଭାବେ ଯୋଗଦାନକରି ଏପରି କହିଛନ୍ତି। ବାଲିପାଟଣା ବ୍ଲକ ଅନ୍ତର୍ଗତ ବୁଦ୍ଧନାଥ ମନ୍ଦିର ଯାତ୍ରୀ ନିବାସଠାରେ ଲେଖକ ପ୍ରଶାନ୍ତ କୁମାର ରାୟଙ୍କ ପ୍ରବନ୍ଧ ପୁସ୍ତକ "ରସାମୃତ"ର ଲୋକାର୍ପଣ ଏହାରି ମଧ୍ୟରେ ହୋଇଯାଇଛି। ଅନ୍ୟତମ ଅତିଥିଭାବେ ମନୋରଞ୍ଜନ ରାୟ, ରବୀନ୍ଦ୍ର ଦାସ, ରମେଶ ଚନ୍ଦ୍ର ସାହୁ, ଓ କୈଳାସ ମିଶ୍ର ଯୋଗଦାନକରି ଆଧ୍ୟାତ୍ମିକ ପୁସ୍ତକ ଉପରେ ସମୀକ୍ଷା ମଧ୍ୟ କରିଥିଲେ।

ଏହି ଅବସରରେ ପୂର୍ବତନ ଲୋକସଭା ବାଚସ୍ପତି ରବି ରାୟ ସ୍ମୃତି ସଂସଦର କର୍ମକର୍ତ୍ତା ଚୟନ କରାଯାଇଛି। ଅଭିମନ୍ୟୁ ନାୟକ ସଭାପତି,ବିପିନ ମହାନ୍ତି ଉପ-ସଭାପତି, ଭଗବାନ ସାହୁ ସମ୍ପାଦକ, ସୌମ୍ୟା ପରିଡ଼ା ସହ-ସମ୍ପାଦିକା ଓ ସୁରେଶ ସ୍ୱାଇଁ କୋଷାଧ୍ୟକ୍ଷ ଭାବେ ସର୍ବସମତିକ୍ରମେ ମନୋନୀତ ହୋଇଛନ୍ତି। ରବି ରାୟ ସ୍ମୃତି ସଂସଦର ସେବାକାର୍ଯ୍ୟ ତାଙ୍କ ଜନ୍ମମାଟିରୁ ଆରମ୍ଭ ହୋଇ ବ୍ୟାପ୍ତ କରାଯିବ ବୋଲି ସର୍ବସମ୍ମତିରେ ସ୍ଥିର କରାଯାଇଛି।

Other Stories