ବନବିଭାଗ କର୍ମଚାରୀଙ୍କୁ ପଥର ମାଫିଆଙ୍କ ଆକ୍ରମଣ

ଢେଙ୍କାନାଳ: ପାଟ୍ରୋଲିଂରେ ଯାଇଥିବାବେଳେ ବନବିଭାଗ କର୍ମଚାରୀଙ୍କୁ ପଥର ମାଫିଆଙ୍କ ଆକ୍ରମଣ। ଢେଙ୍କାନାଳ ଷଡଙ୍ଗୀ ରେଞ୍ଜ କରଡାବଣି ପଥର ଖାଦାନରେ ଘଟିଛି ଏହି ଘଟଣା। ଆଜି ଦିନ ୧୦ଟାବେଳେ ପାଟ୍ରୋଲିଂରେ ଯାଇଥିବା ୨ ଫରେଷ୍ଟ ଗାର୍ଡଙ୍କ ସହ ୫ ଜଣ ୱାଚମ୍ୟାନଙ୍କୁ ମାଫିଆମାନେ ଆକ୍ରମଣ କରିଥିଲେ। ଏଥିରେ ୨ ଜଣ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି।

ବନବିଭାଗ କର୍ମଚାରୀଙ୍କଠାରୁ ଗୋଟିଏ ସର୍ଭିସ୍ ରିଭଲଭର୍ ଓ ଅନ୍ୟାନ୍ୟ ସାମଗ୍ରୀ ଛଡାଇ ନେଇଛନ୍ତି। ୨୫ରୁ ଉର୍ଦ୍ଧ୍ୱ ମାଫିଆ। ଗୁରୁତରମାନଙ୍କୁ ବରପଦା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ସୂଚନା ଦେଇଛନ୍ତି ଡିଏଫଓ।

You might also like