ଚୋରି ମୋବାଇଲ୍ ବ୍ୟବହାର କରିବା ମହଙ୍ଗା ପଡ଼ିଲା

ଭୁବନେଶ୍ୱର: ଦିନକୁ ଦିନ ରାଜଧାନୀରେ ଲୁଟେରାଙ୍କ ଆତଙ୍କ ବଢ଼ିବାରେ ଲାଗିଛି। କିଏ ବନ୍ଧୁକ ଦେଖାଇ ଲୁଟ୍‌ କଲାଣି ତ ଆଉ କିଏ ଘରେ ପଶି ଆଉ କିଏ ଚଳନ୍ତା ବାଇକ୍‌ରୁ ଲୋକଙ୍କଠୁ ମୋବାଇଲ୍‌ ହେଉ କି ଚେନ୍‌ ଲୁଟ୍‌ କରୁଥିବା ଘଟଣା ସାମ୍‌ନାକୁ ଆସୁଛି।

ଗତ କିଛିଦିନ ତଳେ ଭୁବନେଶ୍ୱର କ୍ୟାପିଟାଲ୍‌ ହସ୍ପିଟାଲ୍‌ର ଜଣେ ଡାକ୍ତରଙ୍କ ଘରୁ ଚୋରି ଘଟଣାର ଫର୍ଦ୍ଦାଫାସ୍ ହୋଇଛି। ଡାକ୍ତରଙ୍କ ଘରୁ ମୋବାଇଲ୍ ଏବଂ ସୁନା ଅଳଙ୍କାର ଚୋରି ଅଭିଯୋଗରେ ପୁଲିସ୍‌ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଦିପୁ ଛତ୍ରୀ।

ଦିପୁ ଚୋରି କରିଥିବା ମୋବାଇଲ୍‌କୁ ବ୍ୟବହାର କରୁଥିଲା। ଯାହା ତାଙ୍କ ପାଇଁ ମହଙ୍ଗା ପଡ଼ିଥିଲା। କାହିଁକି ନା ଚୋରି ହୋଇଥିବା ମୋବାଇଲ୍‌କୁ ଟ୍ରାପ୍ କରି ପୁଲିସ୍‌ ତାଙ୍କୁ ଧରିବାରେ ସଫଳ ହୋଇଥିଲା।

ପୁଲିସ୍‌ ତା’ଠାରୁ ୪୫ ଗ୍ରାମ ସୁନା, ୪୦ ହଜାର ଟଙ୍କା ସମେତ ଏକ ଗାଡ଼ି ଜବତ କରିଛି। ଗତ କିଛି ବର୍ଷ ଧରି ସେ ଚୋରି କରୁଥିବା ପୁଲିସ୍‌ ଆଗରେ ସ୍ୱୀକାର କରିଛନ୍ତି।

You might also like