ହବିବୁର୍‌ ରେହମାନ୍‌ର ଓଡ଼ିଶା ଲିଙ୍କ୍: ଦିଲ୍ଲୀ ଯିବ କ୍ରାଇମବ୍ରାଞ୍ଚ STF

ଭୁବନେଶ୍ୱର: ଆତଙ୍କୀ ଲିଙ୍କରେ ଗିରଫ କେନ୍ଦ୍ରାପଡ଼ାର ହବିବୁର ରେହମାନ୍‌ର ଓଡ଼ିଶା ଲିଙ୍କ୍ ନେଇ ତନାଘନା ଆରମ୍ଭ ହୋଇଛି। ଏ ସମ୍ପର୍କରେ ଅଧିକ ଖୋଳତାଡ଼ ଲାଗି ଦିଲ୍ଲୀ ଯିବ କ୍ରାଇମବ୍ରାଞ୍ଚ STF। କ୍ରାଇମବ୍ରାଞ୍ଚ DIG ହିମାଂଶୁ ଲାଲଙ୍କ ନେତୃତ୍ୱରେ ଏହି ଟିମ୍ ଦିଲ୍ଲୀ ଯିବ। NIA ଅନୁମତି ନେଇ ହବିବୁରକୁ ଜେରା କରିବ STF।  ଆତଙ୍କବାଦୀ ସଂଗଠନ ଲସ୍କର ଇ ତାଇବାର ହ୍ୟାଣ୍ଡଲର ଭାବେ କାମ କରୁଥିବା ହବିବୁର ଓଡ଼ିଶା ସହ କିଭଳି ଲିଙ୍କ୍ ରଖିଥିଲା କ୍ରାଇମବ୍ରାଞ୍ଚ ସେ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବ।

ହବିବୁର୍ ତାର ସହଯୋଗୀ ସେଖ୍ ଅବଦୁଲ ନୈମକୁ କଟକରେ ରଖି କିଭଳି ବ୍ୟବହାର କରୁଥିଲା ସେ ନେଇ ମଧ୍ୟ ଜେରା କରାଯିବ। ଅବଦୁଲ ନୈମ୍‌କୁ ହବିବୁର ଛଦ୍ମନାମରେ ରଖିଥିବା ନେଇ ଏସ୍‌ଟିଏଫ୍ ସନ୍ଦେହ କରୁଛି। ଆତଙ୍କବାଦୀ ନୈମ୍‌କୁ ହବିବୁର୍‌ କେତେଥର ଓଡ଼ିଶା ଆଣିଛି ସେ ନେଇ ମଧ୍ୟ ତଦନ୍ତ ହେବ ବୋଲି କ୍ରାଇମ୍‌ବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ

ପୋଲିସ ପଞ୍ଝାରେ କଫ୍ ସିରପ୍ ମାଫିଆ ଜଗା, ୧୮ ଶହ ବୋତଲ ଜବତ

କୋରାପୁଟରୁ କଟକ: ପୂରଣ ହେଲା ଆଦିବାସୀ ଝିଅର ସଙ୍ଗୀତ ସ୍ଵପ୍ନ

ଦିନକରେ ସୁସ୍ଥ ହେଲେ ୪୦୧୮ କରୋନା ଆକ୍ରାନ୍ତ

Bhubaneswar Corona News: ଭୁବନେଶ୍ୱରରୁ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ, ୨୧୮ ଲୋକାଲ କେସ୍

ଶ୍ରୀକୃଷ୍ଣଙ୍କ ପ୍ରେମରେ ବାୟା ଋଷିଆନ୍ ଦମ୍ପତି

‘ବିଜେଡିର ବିରୋଧ ପଛରେ ସିବିଆଇ ରେଡ୍’

ବୋହୂର ପିଲାପିଲି ନହେବାରୁ ଶ୍ୱଶୁର ଭିଆଇଲା ଏଭଳି କାଣ୍ଡ

ରାଜ୍ୟରେ କାହିଁକି ବଢ଼ୁଛି କରୋନା ସଂକ୍ରମଣ?

ଡାକ୍ତରଖାନା ଷ୍ଟ୍ରେଚରରେ ରୋଗୀଙ୍କୁ ଶୁଆଇ ସହର ବୁଲିଲେ ସଂପର୍କୀୟ

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ଘର ଭିତରୁ ମିଳିଲା ବାଘର କଟା ମୁଣ୍ଡ, ଛାଲ

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

You might also like