ଖୋଲିବ ଛୋଟାର କଳା ସାମ୍ରାଜ୍ୟର ଗୁମର

ତିନିଦିନିଆ ରିମାଣ୍ଡରେ ବ୍ରାଉନସୁଗାର କାରବାରର କିଙ୍ଗପିନ୍ ଛୋଟା

ଖୋର୍ଦ୍ଧା /ଭୁବନେଶ୍ୱର : ରିମାଣ୍ଡରେ କିଙ୍ଗପିନ୍ ଶୁଭ୍ରାଂଶୁ ପରିଡା ଓରଫ୍ ଛୋଟା। ଖୋଲିବ ଛୋଟାର କଳା ସାମ୍ରାଜ୍ୟର ଗୁମର। ବେଆଇନ କାରବାର ଏବଂ କେଉଁ ପ୍ରଭାବଶାଳୀ ବ୍ୟକ୍ତି ଓ ଖାକି ବର୍ଦ୍ଦି ସହ ଛୋଟାର ରହିଛି ଲିଙ୍କ୍‌, ତାର ଖୋଲିବ ଗୁମର।

ସୁରକ୍ଷା ପ୍ରଦାନ ପାଇଁ ଛୋଟା କାହାକୁ କେତେ ପ୍ରୋଟେକ୍ସନ ମନି ଦେଉଥିଲା, ସେ ବାବଦରେ ଏସଟିଏଫ୍ ଏସପି ଓ ତଦନ୍ତକାରୀ ଅଫିସର ଘେରିବେ ଛୋଟାକୁ। ଏହାସହ ରିମାଣ୍ଡରେ ଥିବା ୩ଜଣ ଆନ୍ତଃରାଜ୍ୟ ବ୍ରାଉନସୁଗାର ବ୍ୟବସାୟୀଙ୍କ ସହ ଛୋଟାକୁ ସାମ୍ନା ସାମ୍ନି ଜେରା କରିବାକୁ ଯୋଜନା ହେଉଛି।

ଜଳେଶ୍ୱର ଓ ବାଲେଶ୍ୱରରୁ ବ୍ରାଉନସୁଗାର ଆସୁଥିବାରୁ କିଏ ସେହି ବିଗବସ୍, ତାର ଖୋଲତାଡ କରିବ ଏସଟିଏଫ୍।

ଗ୍ୟାଙ୍ଗଷ୍ଟାର ଟିଟୋ ଏସଟିଏଫ୍ ଦ୍ୱାରା ଗିରଫ ପରେ ତାର ଖାକି ଲିଙ୍କ୍ ପଦାକୁ ଆସିଥିଲା। ଆଉ ଏବେ ଶୁଭ୍ରାଂଶୁ ଓରଫ୍ ଛୋଟା ସହ ଖାକି ଲିଙ୍କର ଖୋଲତାଡ କରାଯିବ। କାହାକୁ କେଉଁ ବାବଦରେ କି ପ୍ରକାର ଅନୁଗ୍ରହ ଦିଆଯାଉଥିଲା ତାର ଖୋଲତାଡ ମଧ୍ୟ କରିବ ଏସଟିଏଫ୍।

ଏବେବି ଏସଟିଏଫ୍ ବ୍ରାଉନସୁଗାର କାରବାର ଲିଙ୍କରେ ୨ ଜଣ ଲେଡିଙ୍କ ସହିତ ସଂଜୟ ପ୍ରଧାନ, ତାର ୨ସହଯୋଗୀ ଓ ପାକୁ ନାଁରେ ମାମଲା ରୁଜୁ କରି ସେମାନଙ୍କୁ ଖୋଜୁଛି।

ସେପଟେ ମହିଳାଙ୍କୁ ଢାଲ କରି ଧଳା ଜହର କାରବାର ବଢୁଥିବାରୁ ଖୋର୍ଦ୍ଧା ଟାଉନ ଥାନା ଘେରିଛନ୍ତି ଶତାଧିକ ମହିଳା।

You might also like