ଭୁବନେଶ୍ୱର: ବାଂଲାଦେଶୀ ଯୁବତୀ ସେକ୍ସ ରାକେଟ ଘଟଣାରେ ଏସ୍ଟିଏଫ୍ ତନାଘନା ଆରମ୍ଭ କରିଛି। ସୁଧାର ଗୃହରେ ଯୁବତୀଙ୍କୁ ରଖା ଯାଇଥିବା ଜଣାପଡ଼ିଛି। ଏସ୍ଟିଏଫ୍ ଡିଆଇଜି ଜୟନାରାୟଣ ପଙ୍କଜ ସୁଧାର ଗୃହକୁ ଯାଇ ଜେରା କରୁଥିବା ଜଣାପଡ଼ିଛି।
୬ ଯୁବତୀଙ୍କ ମଧ୍ୟରୁ ୪ ଜଣ ବାଂଲାଦେଶୀ ଯୁବତୀଙ୍କ ନିକଟରୁ ଜାଲ୍ ଆଧାରକାର୍ଡ ମିଳିଛି। କେମିତି ଭାବରେ ସେମାନେ ଏହି ଜାଲ୍ ଆଧାରକାର୍ଡ ମାଧ୍ୟମରେ ଭାରତ ଆସିଲେ ? କେଉଁଠୁ ଏହି ଜାଲ୍ ଆଧାରକାର୍ଡ ପାଇଲେ ? ଏନେଇ ଏସ୍ଟିଏଫ୍ ତନାଘନା କରୁଛି।
ଏହି ଯୁବତୀମାନେ ପିପିଲି ଓ ଭୁବନେଶ୍ୱର ଅଞ୍ଚଳରେ ସେକ୍ସ ରାକେଟ ଚଳାଉଥିଲେ। ପୂର୍ବରୁ ଏହି ଘଟଣାରେ ଦଲାଲ୍ ରାଜୁ, ପ୍ରଶାନ୍ତ ପରିଡ଼ା ଓ ଉତ୍ତମ ଜେନା ଧରା ପଡ଼ିଛନ୍ତି। ଏକ ବାଂଲାଦେଶୀ ଦମ୍ପତି ମଧ୍ୟ ଧରା ପଡ଼ିଛନ୍ତି। ସେମାନେ ଏବେ ଜେଲ୍ରେ ଅଛନ୍ତି।