STF କୁ ବଡ଼ ସଫଳତା, ବାଘ ଛାଲରେ ଲିପ୍ତ ଥିବା ୨ ଜଣଙ୍କୁ କଲା ଗିରଫ

ନୟାଗଡ଼: କ୍ରାଇମବ୍ରାଞ୍ଚ ଏସଟିଏଫକୁ ସଫଳତା ମିଳିଛି। ବାଘ ଛାଲ ଜବତ ସହ କାରବାରରେ ଲିପ୍ତ ଥିବା ୨ ଜଣଙ୍କୁ ଗିରଫ କଲା ଏସଟିଏଫ। ଗତକାଲି ନୟାଗଡ଼ ଜିଲ୍ଲାର ବୋଲଗଡ଼ ବ୍ଲକ କାର୍ଯ୍ୟାଳୟ ନିକଟରେ ବାଘ ଛାଲ ବିକ୍ରି କରିବା ଲାଗି ୨ ଜଣ ଡିଲ୍ କରୁଥିଲେ। ତେବେ ଏନେଇ ଗୁଇନ୍ଦା ତଥ୍ୟ ମିଳିବା ପରେ କ୍ରାଇମବ୍ରାଞ୍ଚ ଏସଟିଏଫ ଚଢାଉ କରିଥିଲା। ଚଢାଉ ବେଳେ ସେମାନଙ୍କ ପାଖରୁ ଗୋଟିଏ କଲରାପତରିଆ ବାଘ ଛାଲ ଜବତ କରାଯାଇଛି। ଏନେଇ ସୂଚନା ଦେଇ ଏସଟିଏଫର ଏସପି ପ୍ରଶାନ୍ତ କୁମାର ଭୋଇ କହିଛନ୍ତି, ଗିରଫ ଦୁଇ ଜଣଙ୍କ ନାଁରେ ଆଗରୁ କୌଣସି ବନ୍ୟପ୍ରାଣୀ ଅପରାଧ ନାହିଁ। ତେବେ ସେମାନେ କାହା ପାଇଁ କାମ କରୁଥିଲେ, ତାହା ଉପରେ ତଦନ୍ତ ଜାରି ରହିଥିବା ସେ କହିଛନ୍ତି।

ଗତ ବର୍ଷେ ହେଲା ବନ୍ୟାପ୍ରାଣୀ ଅପରାଧ ବିରୋଧରେ ଏସଟିଏଫର ଅଭିଯାନ ଜାରି ରହିଛି। ଏହି ଅଭିଯାନରେ ୧୨ଟି ବାଘ ଛାଲ, ୬ଟି ହାତୀ ଦାନ୍ତ, ୨ଟି ହରିଣ ଛାଲ, ୨ଟି ବଜ୍ରକାପ୍ତା, ୫ କିଲୋଗ୍ରାମରୁ ଅଧିକ ବଜ୍ରକାପ୍ତା କାତି ଜବତ କରାଯାଇଛି। ଏହାସହ ୧୩ଟି ମାମଲା ରୁଜୁ କରାଯାଇ ୨୪ ଜଣଙ୍କୁ ଏସଟିଏଫ ଗିରଫ କରିଛି। ଏହାସହ ସେ ଆହୁରି କହିଛନ୍ତି, ବନ୍ୟପ୍ରାଣୀ ଅପରାଧ ରୋକିବା ଲାଗି ଏସ୍ଟିଏଫ୍ ପକ୍ଷରୁ ଏକ ହେଲପ ଲାଇନ ନମ୍ବର ୯୪୩୯୨୬୩୬୪୬ ଜାରି କରାଯାଇଛି।

 

You might also like