ପାରାଦୀପ : ପାରାଦୀପ ବନ୍ଦରରେ ଷ୍ଟିଭେଡର୍ସ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଅାନ୍ଦୋଳନ ଯୋଗୁ ଅଚଳାବସ୍ଥା ସୃଷ୍ଟି ହୋଇଛି। ଓଏସଏଲ କର୍ମଚାରୀଙ୍କ ଧାରଣା ଯୋଗୁ ଏଭଳି ସ୍ଥିତି ଉପୁଜିଛି। ତେବେ ସମସ୍ୟାର ସମାଧାନ ହୋଇପାରୁନଥିବାରୁ ଅାଜି ମଧ୍ୟ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।
ଏମିତି କି ୧୪ଟି ଜାହାଜରେ ମାଲ୍ ଲୋଡିଂ ଓ ଅନଲୋଡିଂ ବାଧାପ୍ରାପ୍ତ ହୋଇଛି। ଓଏସଏଲ ହେଲପର କର୍ମଚାରୀମାନେ ଅପରେଟର ମାନ୍ୟତା ଦାବି କରି କାର୍ଯ୍ୟବନ୍ଦ ଅାନ୍ଦୋଳନ କରିଛନ୍ତି। ତୁରନ୍ତ ଅାଲୋଚନା ମାଧ୍ୟମରେ ସମାଧାନ ପାଇଁ ବନ୍ଦର କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି। ଅାନ୍ଦୋଳନକାରୀଙ୍କ ସହ ଅାଲୋଚନା ଚାଲିଥିବା ସୂଚନା ମିଳିଛି।
Published By: Odishatv Bureau
Last updated: 22 August 2018, 04:47 AM IST
ଦିନ ପାଖେଇ ଆସୁଥିବା ବେଳେ, ମନ୍ଦିରର ପ୍ରଥମ ମହଲାକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ନିୟୋଜିତ ବହୁ ସଂଖ୍ୟକ କ୍ରେନ୍ ଓ ଶହ ଶହ କାରିଗର । ତେବେ କେବଳ ରାମ ମନ୍ଦିର ନୁହେଁ, ରାମଙ୍କ ନଗରୀ ବି ପାଉଛି ସମ୍ପୂର୍ଣ୍ଣ ନୂଆ ରୂପ ।