୭ ବର୍ଷର ପୁଅ ଘର କାମ ନକରିବାରୁ ସାବତ ମା’ କଲା ଏପରି କାମ

କଟକ: ସାବତ ମାର ସାଂଘାତିକ ନିର୍ଯାତନା। ୭ ବର୍ଷର ଶିଶୁପୁତ୍ରକୁ ଅମାନୁଷିକ ଭାବେ ଚେଙ୍କ ଦେଇଛି ସାବତ ମା। ସାବତ ମାର ସାଂଘାତିକ ନିର୍ଯାତନା। ୭ ବର୍ଷର ଶିଶୁପୁତ୍ରକୁ ଅମାନୁଷିକ ଭାବେ ଚେଙ୍କ ଦେଇଛି ସାବତ ମା। ଅଭିଯୋଗ ଆସିଛି କଟକ ସିଡିଏ ସେର-୭ ଅଞ୍ଚଳରୁ।

ଘର କାମ ନକରିବାରୁ ଏବଂ ଦୁଷ୍ଟାମୀ କରୁଥିବାରୁ ଛୁରୀକୁ ତତାଇ ଶିଶୁଟିକୁ ଚେଙ୍କ ଦେଇଥିବା ସଂଗୀନ ଅଭିଯୋଗ ବି ଆସିଛି। ଚେଙ୍କ ପ୍ରଭାବରେ ଶିଶୁଟିର ମୁହଁ, ନାକ ଏବଂ ଓଠ କଳା ପଡ଼ିଯାଇଛି। ୨ ବର୍ଷ ତଳେ ପ୍ରଥମ ପତ୍ନୀ କୁଆଡ଼େ ଚାଲିଯିବା ପରେ ସଂପୃକ୍ତ ମହିଳାଙ୍କୁ ଦ୍ୱିତୀୟ ବିବାହ କରିଥିଲେ।

ଶିଶୁଟିର ବାପା ତାରକ ସାହୁ। ଫଳ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିବା ବାପାଙ୍କ ଆର୍ଥିକ ସମସ୍ୟା ଯୋଗୁ ଏହି ପିଲାଟି ସ୍କୁଲ ବି ଯାଇପାରୁନଥିବା କହିଛି। ଏଭଳି ସ୍ଥିତିରେ ଦାଉ ସାଧୁଥିବା ସାବତ ମାର ଅମାନୁଷିକତା ଆଜି ସାମ୍ନାକୁ ଆସିଛି।

ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଆଜି କଟକ ସିଡବ୍ଲୁସି ପିଲାଟିକୁ ଉଦ୍ଧାର କରି ଚିକିତ୍ସା କରାଇବା ସହ ମର୍କତ ନଗର ଥାନାରେ ଏକ ଅଭିଯୋଗ ହୋଇଛି। ତେବେ ଏନେଇ ସଂପୃକ୍ତ ଶିଶୁର ସାବତ ମାଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନି।

You might also like