ପିଲାଳିଆମି କରୁଛନ୍ତି ଇତୀଶ୍‌

ଭୁବନେଶ୍ୱର : ଛାତ୍ର କଂଗ୍ରେସ ନେତା ଇତୀଶ ପ୍ରଧାନଙ୍କ ମନ୍ତବ୍ୟ ପାଇଁ ତାଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ପଟ୍ଟନାୟକ କହିଛନ୍ତି ଇତୀଶ ପିଲାଳିଆମି କରିଛନ୍ତି। ହତୋତ୍ସାହିତ ହୋଇ ସେ ଏମତି କହିଛନ୍ତି । ନିଜେ ତ ଗୋଟିଏ ଜାଗାରୁ ଲଢ଼ିଥିଲେ ଓ ଯେପରି ଭାବେ ତାଙ୍କୁ ଭୋଟ ମିଳିଛି, ସେ କାହା ଉପରେ ଦୋଷ ଲଦିବେ ବୋଲି ପ୍ରଶ୍ନ କରିଛନ୍ତି ପଟ୍ଟନାୟକ । ସାଧାରଣ ନିର୍ବାଚନ ପ୍ରସଙ୍ଗରେ ସେ କହିଛନ୍ତି, କେବଳ ଆମ ରାଜ୍ୟରେ ନୁହେଁ, ଅନ୍ୟ ସବୁଠି ବି ଭଲ ରେଜଲ୍ଟ ହୋଇନି ।

ସୂଚନାଯାଗ୍ୟ, ଗତକାଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ଖୋଲାଖୋଲି ବିଷୋଦଗାର କରିଥିଲେ ଇତୀଶ ପ୍ରଧାନ। ନିରଞ୍ଜନଙ୍କ ପାଇଁ ଦଳ ଏଭଳି ଦୁସ୍ଥିତି ଦେଇ ଗତି କରୁଛି ବୋଲି କହିଥିଲେ।

You might also like