ମହିଳା ସରପଞ୍ଚଙ୍କ କ୍ଷମତା ସଂପର୍କରେ ସୌମ୍ୟଙ୍କ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ

ଭୁବନେଶ୍ୱର: ମହିଳା ସରପଞ୍ଚଙ୍କ କ୍ଷମତା ସଂପର୍କରେ ସୌମ୍ୟଙ୍କ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ବିଜେଡି ଉପସଭାପତି ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଅଲ୍ ଓଡ଼ିଶା ଜିପିଏଲ୍ଏଫ୍ କର୍ମୀ ସାମ୍ମୁଖ୍ୟ ବୈଠକରେ କହିଛନ୍ତି ଯେ ମହିଳା ସରପଞ୍ଚଙ୍କ ସ୍ୱାମୀ ହିଁ ପ୍ରକୃତ କ୍ଷମତା ଉପଭୋଗ କରୁଛନ୍ତି। ସରପଞ୍ଚଙ୍କ ସ୍ୱାମୀମାନେ ସରପଞ୍ଚ ହୋଇ ଚଳେଇ ନେଉଛନ୍ତି। ସରପଞ୍ଚଙ୍କ ଦିଅରମାନେ ସରପଞ୍ଚ ହୋଇ ଚଳେଇ ନେଉଛନ୍ତି। ତେବେ ଆଉ କାହାକୁ କ୍ଷମତା ଦେବା ନାହିଁ ବୋଲି ସୌମ୍ୟ କହିଛନ୍ତି। ସେ ପୁଅ, ସ୍ୱାମୀ କି ଦିଅର ହେଉ, ଆଉ କ୍ଷମତା ଦେବାନି, ହଲପ କରୁଛି।

ସଭାରେ କହିଲା ପରେ ମଞ୍ଚ ତଳକୁ ଆସି ଆଉ କିଛି ସୌମ୍ୟ ଯୋଡ଼ିଛନ୍ତି। ସବୁ ଜାଗାରେ ଏମିତି ହେଉନି, କିଛି କିଛି ଜାଗାରେ ହେଉଛି। ଏହାତ ହେବା ସ୍ୱାଭାବିକ କଥା। ସବୁ ଠିକ୍ ଚାଲିଛି ବୋଲି କହିବା କଣ ନିହାତି ଦରକାର ବୋଲି ସେ କହିଛନ୍ତି। ଯେଉଁଠି  ବିଜୁବାବୁ ମହିଳାମାନଙ୍କୁ ଭାଗ ନେବା ପାଇଁ କହୁଥିଲେ, ଏଥିରେ ଆମେ ଆହୁରି ଆଗୁଆ ହୋଇପାରିବା ବୋଲି ସେ କହିଛନ୍ତି।

 

ସୌମ୍ୟ ବାବୁ ଯେଉଁ ସାର୍ଟିଫିକେଟ୍‌ ଦେଲେ, ତାହା ମହିଳା ସଶକ୍ତିକରଣ କଣ ଫେଲ୍‌?  ମୁଖ୍ୟମନ୍ତ୍ରୀ ମହିଳା ସଶକ୍ତିକରଣକୁ ନେଇ ଯେଉଁ କଥା କହୁଛନ୍ତି, ତାହା କେବଳ ମହିଳାଙ୍କ ସ୍ୱାମୀ, ଦିଅର ଓ ପୁଅକୁ ସଶକ୍ତ କରାଇବା ପାଇଁ ଏହା କରୁଛନ୍ତି। ତାଙ୍କ ଦଳରେ କହିବା ଓ କରିବା ଭିତରେ ଯେଉଁ ଫରକଟା ଅଛି, ବୋଧହୁଏ ତାହା ସୌମ୍ୟ ବାବୁ କହିବାକୁ ଚାହିଁଛନ୍ତି। ମୁଁ ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି। ଏହା ସରକାରଙ୍କ ଦୋମୁହାଁ ନୀତିକୁ ଦେଖାଉଛି।
-ପ୍ରଭାତୀ ପରିଡ଼ା, ରାଜ୍ୟ ବିଜେପି ନେତ୍ରୀ
ସୋମ୍ୟଙ୍କ ଏପରି ମନ୍ତବ୍ୟ ପରେ ବିଜୁ ଜନତା ଦଳର ମହିଳା ସଶକ୍ତିକରଣକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆସନ୍ତାକାଲି ବିଜୁବାବୁଙ୍କ ଜନ୍ମଦିନ। ବିଜୁବାବୁ ତାଙ୍କ ଜୀବନକାଳ ଭିତରେ ମହିଳା ସଶକ୍ତିକରଣ ଉପେ ଅଧିକ ଗୁରୁତ୍ୱ ଦେଇଥିଲେ। ସେହି ଦାରାକୁ ବଜାୟ ରଖିବା ପାଇଁ ବିଜେଡି ଦୀର୍ଘ ୨୦ ବର୍ଷ ଧରି ଚେଷ୍ଟା କରୁଛି। ତ୍ରିସ୍ତରୀୟ ପଞ୍ଚାୟତରେ ମହିଳାମାନଙ୍କୁ ଯେଉଁ ଗୁରୁତ୍ୱପୂର୍ଣ୍ଣ ପଦପଦବୀ ଦେଇଛି, ସୌମ୍ୟଙ୍କ ମନ୍ତବ୍ୟ ପରେ ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହାର ଅର୍ଥ ହେଲା ମହିଳା ସରପଞ୍ଚଙ୍କ ପାରିବାପଣିଆ ଉପରେ ପ୍ରଶ୍ନବାଚୀ ଛିଡା ହୋଇଛି।
-ପ୍ରସନ୍ନ ମହାନ୍ତି, ବରିଷ୍ଠ ସାମ୍ୱାଦିକ

You might also like